ବିଜେପି ଉପରେ ବର୍ଷିଲେ ଅଖିଳେଶ ଯାଦବ, କହିଲେ; ସୀମାର ରକ୍ଷା ମୋଦୀ ସରକାର ନୁହନ୍ତି ଯବାନମାନେ କରୁଛନ୍ତି

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ସୁପ୍ରିମୋ ଅଖିଳେଶ ଯାଦବ ଏକ ଜନସଭାରେ ଯୋଗ ଦେଇ ବିଜେପିକୁ କଟାକ୍ଷ କରିଥିବା ଦେଖା ଯାଇଛି । ଏକ ସଭାକୁ ସମ୍ବୋଧନ କରି, ଲୋକେ କହୁଛନ୍ତି ଯେତେ ପର୍ଯ୍ୟନ୍ତ ବିଜେପି ସରକାର ରହିବ, ସେତେ ପର୍ଯ୍ୟନ୍ତ ଆମ ସୀମା ସୁରକ୍ଷିତ ରହିବ । କିନ୍ତୁ ଆମେ ସମାଜବାଦୀ ପାର୍ଟିର ଲୋକ କହିବାକୁ ଚାହୁଁଛୁ କି, ଆମେ ଦେଶର ସେନା ଉପରେ ଭରସା କରୁଛୁ । ମୋଦୀ ସରକାରଙ୍କ ଉପରେ ନୁହେଁ । ଯେ ପର୍ଯ୍ୟନ୍ତ ଦେଶର ବୀର ଯବାନ ସୀମାରେ ମୁତୟନ ରହିବେ, ସେ ପର୍ଯ୍ୟନ୍ତ ଆମ ସୀମା ସୁରକ୍ଷିତ ରହିବ । ସରକାର ତିଆରି ହୁଏ ପୁଣି ଭାଙ୍ଗିଯାଏ । କିନ୍ତୁ ଦେଶର ଯବାନ ସୀମାରେ ରହି ସବୁ ବେଳେ ଦେଶର ସୁରକ୍ଷା କରିଥାନ୍ତି । ବିଜେପି ଏବେ ଦେଶକୁ ଦୁଇ ଭାଗ କରିବାରେ ଲାଗି ପଡ଼ିଛି ବୋଲି କହିଥିଲେ ଅଖିଳେଶ ଯାଦବ ।

oneindia.com

ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ବିଜେପିକୁ ବିପକ୍ଷ ଦଳ କଟାକ୍ଷ କରିବା ସହ ଏୟାର ଷ୍ଟ୍ରାଇକ୍‌ର ଶ୍ରେୟ ଯବାନମାନଙ୍କୁ ନ ଦେଇ ବିଜେପି ନିଜେ ନେଉଥିବା ଅଭିଯୋଗ କରି ଆସିଛି ।

ସମ୍ବନ୍ଧିତ ଖବର