ବାରଣାସୀ : ବହିଷ୍କୃତ ବିଏସ୍ଏଫ୍ ଯବାନ ତଥା ସମାଜବାଦୀ ପାର୍ଟିର ପ୍ରାର୍ଥୀ ତେଜ ବାହାଦୁର ଯାଦବଙ୍କ ପ୍ରାର୍ଥୀପତ୍ର ରଦ୍ଦ ହେବା ନେଇ ପୂର୍ବରୁ ଆଶଙ୍କା କରାଯାଉଥିବା ବେଳେ ଆଜି ମଧ୍ୟାହ୍ନରେ ତାଙ୍କ ପ୍ରାର୍ଥୀପତ୍ର ରଦ୍ଦ ହୋଇ ଯାଇଥିବା ନେଇ ଖବର ମିଳିଥିଲା । ପ୍ରାର୍ଥୀପତ୍ର ରଦ୍ଦ ହେବା ପରେ ସେ ବାରଣାସୀରୁ ଏବେ ପ୍ରାଧାନମନ୍ତ୍ରୀ ମୋଦୀଙ୍କୁ ଟକ୍କର ଦେଇ ନ ପାରିବା ସହ ତାଙ୍କ ସ୍ଥାନରେ ସମାଜବାଦୀ ପାର୍ଟି ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରିଥିବା ଜଣା ପଡ଼ିଛି । ତେବେ ପ୍ରାର୍ଥୀପତ୍ର ରଦ୍ଦ ହେବା ପରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ନିଜର ପ୍ରତିକ୍ରିୟା ରଖିଛନ୍ତି ।
SP's Akhilesh Yadav on Varanasi candidate's nomination rejected: When they are asking for votes in the name of nationalism, they should have faced a soldier. People who dismissed him from his job because he complained about food, how can those people be called real patriots? pic.twitter.com/essvzB27gZ
— ANI UP (@ANINewsUP) 1 May 2019
"ବିଜେପି ରାଷ୍ଟ୍ରବାଦକୁ ନେଇ ଭୋଟ ମାଗୁଥିବା ବେଳେ ଜଣେ ଯବାନଙ୍କ ସାମ୍ନା ମୋଦୀଙ୍କୁ କରିବାର ଥିଲା । ଖାଦ୍ୟର ମାନ ଠିକ୍ ନଥିବାର ଅଭିଯୋଗ ଆଣିବାରୁ ଯେଉଁମାନେ ତାଙ୍କୁ ବରଖାସ୍ତ କରି ଦେଇଥିଲେ, ସେମାନଙ୍କୁ ଆମେ ଦେଶଭକ୍ତ ବୋଲି କେମିତି କହିବା" ବୋଲି କହିଥିଲେ ଅଖିଳେଶ । ଅନ୍ୟ ପକ୍ଷରେ, ନିଜର ପ୍ରାର୍ଥୀପତ୍ର ରଦ୍ଦ ହେବା ପରେ ଭୁଲ ଭାବରେ ଷଡ଼ଯନ୍ତ୍ର କରାଯାଇ ମୋର ପ୍ରାର୍ଥୀପତ୍ର ରଦ୍ଦ କରାଯାଇଛି । ଯାହା ପାଇଁ ମୁଁ ସୁପ୍ରିମ କୋର୍ଟ ଯିବି ବୋଲି କହିଛନ୍ତି ତେଜ ବାହାଦୂର ।