ଚାଷୀଙ୍କ ସମର୍ଥନରେ ବାହାରିଥିବା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କୁ ଉଠାଇନେଲା ପୁଲିସ

ଲକ୍ଷ୍ନୌ: ଲକ୍ଷ୍ନୌରେ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିଛି। ଏ ମଧ୍ୟରେ କନ୍ନୌଜକୁ କୃଷି ଆନ୍ଦୋଳନରେ ଯୋଗ ଦେବ‌ା ପାଇଁ ଯାଉଥିବା ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଅଟକ ରଖିଛି ପୁଲିସ। ପ୍ରଶାସନ ପକ୍ଷରୁ ପୂର୍ବରୁ ଲକ୍ଷ୍ନୌରେ ଥିବା ତାଙ୍କ ଘର ବାହାରେ ବ୍ୟାରିକେଡ କରାଯାଇଥିଲା। ତଥାପି କୃଷି ଆନ୍ଦୋଳନରେ ଯୋଗ ଦେବା ପାଇଁ ବାହାରିବା ପରେ ତାଙ୍କୁ ପୁଲିସ ଅଟକାଇବାରୁ ସେ ନିଜ ସମର୍ଥକଙ୍କ ସହ ନିଜ ଘର ବାହାରେ ଧାରଣାରେ ବସିଯାଇଥିଲେ। ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୁଲିସ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ସେଠାରୁ ଉଠାଇ ନେବା ସହ ତାଙ୍କ ଗାଡିକୁ ଜବତ କରିଛି। ହେପାଜତକୁ ନିଆଯିବା ପରେ ଅଖିଳେଶ ଯାଦବଙ୍କୁ ଇକୋ ଗାର୍ଡେନକୁ ପଠାଯାଉଛି। ସେଠାରେ ତାଙ୍କୁ ଅଟକ ରଖାଯିବ ବୋଲି ଜଣା ପଡ଼ିଛି।

indiatoday

ଅନ୍ୟ ପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଗିରଫଦାରୀକୁ ଟୁଇଟ କରି ନିନ୍ଦ‌ା କରିଛି ସମାଜବାଦୀ ପାର୍ଟି। ଅନ୍ନଦାତାଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ସମାଜବାଦୀ ପାର୍ଟି ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲଢ଼ିବ। କିଷାନ ଯାତ୍ରାକୁ ରୋକିବା ପାଇଁ କ୍ଷମତାରେ ଥିବା ସରକାର ସବୁ ପ୍ରକାରର ଚେଷ୍ଟା କରୁଛନ୍ତି। କୃଷକଙ୍କୁ ସମର୍ଥନ କରିବା ପାଇଁ ବାହାରିଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷଜୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ଏଭଳି ପୁଲିସ ଉଠାଇନେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଟୁଇଟ‌ରେ ଲେଖାଯାଇଛି।

ସମ୍ବନ୍ଧିତ ଖବର