ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କର କଂଗ୍ରେସ ପ୍ରତି ଥିବା ମୋହ ଭଙ୍ଗ ହୋଇଛି। ଅଖିଳେଶ ଯାଦବ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି କୌଣସି ବଡ଼ ଦଳ ସହ ମେଣ୍ଟ କରିବ ନାହିଁ। କେବଳ ଉତ୍ତରପ୍ରଦେଶର ଛୋଟ ଦଳମାନଙ୍କ ସହ ଆସନ ବୁଝାମଣା ହେବ।
ଉତ୍ତରପ୍ରଦେଶର ଇଟାୱାଠାରେ ବହୁଜନ ସମାଜ ପାର୍ଟିର ବହୁ କର୍ମୀ ସମାଜବାଦୀ ପାର୍ଟିରେ ଯୋଗ ଦେବା ଲାଗି ଆୟୋଜିତ କାର୍ଯ୍ୟକ୍ରମରେ ଅଖିଳେଶ ଯାଦବ ଏହି କଥା କହିଛନ୍ତି। ଏହି ସମୟରେ ସେ ଶିବପାଲ ଯାଦବଙ୍କ ଦଳ ପିଏସପି ସମାଜବାଦୀ ପାର୍ଟିରେ ଯୋଗ ଦେବା ନେଇ କଳ୍ପନାଜଳ୍ପନାର ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ସମାଜବାଦୀ ପାର୍ଟିର ସରକାର ଗଠନ ହେଲେ ପ୍ରଗତିଶୀଳ ସମାଜବାଦୀ ପାର୍ଟି( ପିଏସପି)ର ନେତାଙ୍କୁ କ୍ୟାବିନେଟ ମନ୍ତ୍ରୀ କରିବେ।
ପିଏସପି ସହ ମେଣ୍ଟ ହେବ କି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଅଖିଳେଶ କହିଛନ୍ତି ଯେ ଶିବପାଲ ସିଂ ଯାଦବଙ୍କ ସହ ଆଲୋଚନା କରାଯିବ। ଜସୱନ୍ତନଗର ହେଉଛି ଶିବପାଲ ସିଂ ଯାଦବଙ୍କ ଆସନ। ସମାଜବାଦୀ ପାର୍ଟି ତାଙ୍କ ପାଇଁ ଏହି ଆସନ ଛାଡ଼ିଛି ଏବଂ ଆଗାମୀ ସମୟରେ ତାଙ୍କ ସହ ବିସ୍ତୃତ ଭାବେ ଆଲୋଚନ କରାଯାଇ ଆସନା ବୁଝାମଣା ହେବ ବୋଲି ଅଖିଳେଶ ଯାଦବ କହିଛନ୍ତି । ଉପ-ନିର୍ବାଚନରେ ସମାଜବାଦୀ ପାର୍ଟିର ପରାଜୟ ବିଷୟରେ ଅଖିଳେଶ ଯାଦବ କହିଛନ୍ତି ଯେ ଯେତିକି ଆସନ ତାଙ୍କ ଦଳ ପାଖରେ ଥିଲା, ସେସବୁ ସେମାନେ ଜିତିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/akhilesh-yadav.jpg)