ୟୁପି ବିଧାନସଭାରେ ବିରୋଧୀ ଦଳ ନେତା ହେବେ ଅଖିଳେଶ ଯାଦବ

ଲକ୍ଷ୍ନୌ: ଶନିବାର ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିବା ଉତ୍ତରପ୍ରଦେଶ ବିଧାନସଭାର ନବନିର୍ବାଚିତ ଦଳର ବିଧାୟକଙ୍କ ବୈଠକରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ସର୍ବସମ୍ମତିକ୍ରମେ ସମାଜବାଦୀ ପାର୍ଟି (ଏସ୍‌ପି) ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି।

ଦଳର ମୁଖ୍ୟାଳୟରେ ନବନିର୍ବାଚିତ ବିଧାୟକମାନଙ୍କ ପ୍ରଥମ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଉତ୍ତରପ୍ରଦେଶ ଏସପି ମୁଖ୍ୟ ନରେଶ ଉତ୍ତମ କହିଛନ୍ତି ଯେ ଅଖିଳେଶ ଯାଦବ ବିଧାନସଭା ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଏହା ସହିତ ଏସପି ସଭାପତି ଅଖିଳେଶ ଉତ୍ତରପ୍ରଦେଶ ବିଧାନସଭାରେ ବିରୋଧୀ ଦଳର ନେତା ହେବାକୁ ଯାଉଛନ୍ତି।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମୈନପୁରୀର କରହଲ ଆସନରୁ ଜିତିଥିବା ଅଖିଳେଶ ଯାଦବ ନିକଟରେ ଆଜମଗଡରୁ ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଏବଂ ରାଜ୍ୟ ରାଜନୀତିରେ ସକ୍ରିୟ ଭୂମିକା ନେବାକୁ ଘୋଷଣା କରିଥିଲେ।

ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳର ନେତା ଭାବେ ଅଖିଲେଶ ଯାଦବଙ୍କ ନେତୃତ୍ୱରେ ଏସପି ବିଧାନସଭାରେ ଲୋକଙ୍କ ସମସ୍ୟା ପ୍ରସଙ୍ଗ ଉଠାଇବ ଏବଂ ରାଜ୍ୟ ସରକାରଙ୍କ ମିଥ୍ୟା ଦାବି ଏବଂ ଭୁଲ ନୀତିକୁ ବିରୋଧ କରିବ ବୋଲି ଉତ୍ତମ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର