ବାପା ମୁଲାୟମ୍ ସିଂହ ଯାଦବଙ୍କୁ ମିଳିବ, କିନ୍ତୁ ପୁଅ ଅଖିଳେଶ ଯାଦବଙ୍କୁ ଆଉ ମିଳିବ ନାହିଁ ଜେଡ୍ ପ୍ଲସ୍ ସୁରକ୍ଷା !

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଉପରୁ ଜେଡ୍ ପ୍ଲସ୍ ଶ୍ରେଣୀରେ ମିଳିଥିବା ବ୍ୟାକ୍ କ୍ୟାଟ୍ ସୁରକ୍ଷାକୁ ଉଠାଇ ନିଆଯିବ ବୋଲି ଜଣାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ , କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ନିକଟରେ ସିଆରପିଏଫ୍ ସୁରକ୍ଷା ପ୍ରାପ୍ତ ଭିଆଇପି ବ୍ୟକ୍ତିବିଶେଷଙ୍କ ସୁରକ୍ଷାକୁ ନେଇ ସମୀକ୍ଷା କରିଛନ୍ତି । ଏଥିରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷଙ୍କୁ ଦିଆଯାଇଥିବା ଏନଏସଜି କଭର୍ ଉଠାଇ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି ।

ଅଖିଳେଶଙ୍କ ଭଳି ଆହୁରି ୧୨ ଜଣ ଭିଆଇପି ବ୍ୟକ୍ତିବିଶେଷଙ୍କ ସୁରକ୍ଷା ଉପରୁ ଏହାକୁ ହଟାଯିବ ନଚେତ୍ ସୁରକ୍ଷାକୁ କମ୍ କରାଯିବ ବୋଲି କୁହାଯାଉଛି । ତେବେ ଅଖିଳେଶଙ୍କ ଉପରୁ ସମ୍ପୁର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ହଟିବ ନା ଏଥିରେ କମ୍ ହେବ ତାହା ଏଯାଏଁ ଜଣାପଡିନାହିଁ । ଅପର ପକ୍ଷରେ ମୁଲାୟମ୍ ସିଂହ ଯାଦବଙ୍କୁ ପ୍ରଦାନ କରାଯାଉଥିବା ବାଲକକ୍ କ୍ୟାଟ୍ ସୁରକ୍ଷା ବଳବତ୍ତର ରହିବ ବୋଲି କୁହାଯାଉଛି ।

photo-oneindia

ଅଖିଳେଶଙ୍କୁ ୨୨ ଜଣ ସୁରକ୍ଷାକର୍ମୀ ସେବା ଯୋଗାଇ ଦେଉଛନ୍ତି । ୨୦୧୨ ମସିହାରେ କେନ୍ଦ୍ର ସରକାର ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଏହି ସୁବିଧା ଯୋଗାଇ ଦେଇଥିଲେ କେନ୍ଦ୍ର ସରକାର।

ସମ୍ବନ୍ଧିତ ଖବର