ଯୋଗୀଙ୍କ ‘୮୦-୨୦’ ଟିପ୍ପଣୀକୁ ଅଖିଳେଶଙ୍କ କଟାକ୍ଷ

ଲକ୍ଷ୍ନୌ : ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ‘୮୦-୨୦’ ଟିପ୍ପଣୀ ପାଇଁ ତାଙ୍କୁ କଡ଼ା କଟାକ୍ଷ କରିଛନ୍ତି। ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେପିର ଟାଣୁଆ ଓବିସି ନେତାମାନେ ସପାରେ ଯୋଗ ଦେଇଛନ୍ତି। ମାତ୍ର ୩ ଦିନରେ ବିଜେପିର ୮ ନେତା ସପାରେ ଯୋଗ ଦେବାରୁ ଏହି ପ୍ରସଙ୍ଗରେ ଅଖିଳେଶ ଯୋଗୀଙ୍କୁ ‌ଘେରିଛନ୍ତି। ଯୋଗୀଙ୍କ ୮୦-୨୦ ଟିପ୍ପଣୀକୁ ଆଧାର କରି ଅଖିଳେଶ ତାଙ୍କୁ କଟାକ୍ଷ କରିଛନ୍ତି। ଯୋଗୀ ନିକଟରେ କହିଥିଲେ ଚଳିତ ଉତ୍ତରପ୍ରଦେଶ ନିର୍ବାଚନରେ ‘୮୦-୨୦’ ଲଢ଼େଇ ହେବ। ଯୋଗୀ ଉତ୍ତରପ୍ରଦେଶରେ ହିନ୍ଦୁ ଏବଂ ମୁସଲିମ୍‌ ପ୍ରତିଶତକୁ ଇଙ୍ଗିତ କରି ଏହା କହିଥିଲେ ବୋଲି ଅଭିଯୋଗ ହୋଇଛି। ଅଖିଳେଶ କହିଛନ୍ତି, ଯୋଗୀଙ୍କ ‘୮୦-୨୦’ ର ଅର୍ଥ ହେଉଛି ୮୦ ପ୍ରତିଶତ ଆସନ ସମାଜବାଦୀ ପାର୍ଟିକୁ ଯିବ ଏବଂ ୨୦ ପ୍ରତିଶତ ଆସନ ବିଜେପି ଦଳକୁ ଯିବ।

ସମ୍ବନ୍ଧିତ ଖବର