ନୂଆଦିଲ୍ଲୀ: ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ବିଦାୟକାଳୀନ ଉତ୍ସବରେ ଏକ ମହଙ୍ଗା ପୋଷାକ ପିନ୍ଧି ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି। ସୁନାକ ଡାଉନିଙ୍ଗ ଷ୍ଟ୍ରିଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ଶେଷ ଭାଷଣ ଦେଉଥିବା ବେଳେ ଅକ୍ଷତା ତାଙ୍କ ପଛରେ ଛିଡ଼ା ହୋଇଥିଲେ। ତେବେ ସମସ୍ତଙ୍କ ନଜର ଯାଇଥିଲା ସେ ପିନ୍ଧିଥିବା ପୋଷାକ ଉପରେ

Advertisment

ବ୍ରିଟେନର ନିର୍ବାଚନ ଫଳାଫଳ ଏବଂ ବ୍ରିଟେନର ଭବିଷ୍ୟତ ଉପରେ ଆଲୋଚନା ଚାଲିଥିବା ବେଳେ ଅକ୍ଷତା ମୂର୍ତ୍ତି ପିନ୍ଧିଥିବା ପୋଷାକକୁ ନେଇ ଏକ ଆଲୋଚନା ମଧ୍ୟ ହୋଇଥିଲା। ଅକ୍ଷତା ପିନ୍ଧିଥିବା ନୀଳ, ଧଳା ଏବଂ ନାଲି ରଙ୍ଗର ପୋଷାକ ବହୁ ଚର୍ଚ୍ଚାର ବିଷୟ ପାଲଟିଥିଲା। କିଛି ଲୋକ ପୋଷାକର ରଙ୍ଗ ଉପରେ ମନ୍ତବ୍ୟ ଦେଇଥିବା ବେଳେ ଅନ୍ୟମାନେ ପୋଷାକର ଢାଞ୍ଚାକୁ ନିଆରା ବୋଲି ମତ ରଖିଛନ୍ତି। କେହି କେହି ପୋଷାକର ମୂଲ୍ୟ ଉପରେ ମଧ୍ୟ ନିଜର ମନ୍ତବ୍ୟ ଦେଇଥିଲେ।
ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଅକ୍ଷତାଙ୍କ ପୋଷାକ ଏକ କ୍ୟୁଆର୍‌ କୋଡ୍‌ ବୋଲି କହିଛନ୍ତି। ଯାହା ଆପଣଙ୍କୁ ଡିଜନିଲ୍ୟାଣ୍ଡ ଫାଷ୍ଟ ପାସ୍ ଦେଇଥାଏ ବୋଲି ବ୍ୟବହାରକାରୀ ଜଣକ ଉଲ୍ଲେଖ କରିଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି ପୋଷାକର ମୂଲ୍ୟ ୩୯୫ ପାଉଣ୍ଡ (୪୨,୦୦୦ ଟଙ୍କା)।

ଉଲ୍ଲେଖଯୋଗ୍ୟ, ୨୦୨୪ର ଧନୀ ତାଲିକା ଅନୁଯାୟୀ ଏହି ଦମ୍ପତି ଏପର୍ଯ୍ୟନ୍ତ ୧୦ ନମ୍ବର ଡାଉନ୍ ଷ୍ଟ୍ରିଟର ସବୁଠାରୁ ଧନୀ ବାସିନ୍ଦା। ଯାହାଙ୍କ ଆନୁମାନିକ ସମ୍ପତ୍ତି ୬୫୧ ନିୟୁତ ପାଉଣ୍ଡ (୮୧୫ ମିଲିୟନ ଡଲାର୍) ଅଟେ।