ଅକ୍ଷୟ କୁମାର ଲେଖିଲେ ‘ଅନ୍ଦର୍ ଘୁସକେ ମାରୋ’, ଅନୁପମ୍ ଖେର୍ ଲେଖିଲେ ‘ଆଜିଠାରୁ ରାହୁଲ ଗାନ୍ଧୀ ନରେନ୍ଦ୍ର ମୋଦୀଙ୍କୁ ସାଲ୍ୟୁଟ୍ କରନ୍ତୁ ’

ମୁମ୍ବାଇ: ଆଜି ଭାରତୀୟ ବାୟୁସେନା ପାକ୍‌ ଅଧିକୃତ କଶ୍ମୀରରେ ଆକ୍ରମଣ କରିବା ପରେ ବଲିଉଡ ତାରକାମାନେ ମଧ୍ୟ ଏହା ଉପରେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କର ପ୍ରତିକ୍ରିୟା କିଭଳି:

ବଲିଉଡ ସୁପରଷ୍ଟାର୍ ଅକ୍ଷୟ କୁମାର ଭାରତୀୟ ସୈନ୍ୟବାହିନୀର ପ୍ରଶଂସା କରିବା ସହ ଲେଖିଛନ୍ତି ଅନ୍ଦର୍ ଘୁସକେ ମାରୋ।’

ଭର୍ସାଟାଇଲ୍‌ ଆକ୍ଟର ଅଜୟ ଦେବଗନ୍‌ ଟ୍ୟୁଟରରେ ଲେଖିଛନ୍ତି ‘ମେସ୍‌ ଉଇଥ୍‌ ଦ ବେଷ୍ଟ୍‍, ଡାଇ ଲାଇକ୍‌ ଦ ରେଷ୍ଟ୍‍ , ଇଣ୍ଡିଆନ୍‌ ଫୋର୍ସକୁ ସଲାମ୍‌ @ ନରେନ୍ଦ୍ର ମୋଦୀ।

ଜୁନିଅର ବଚ୍ଚନ ଅଭିଷେକ ବଚ୍ଚନ ଟ୍ଵିଟରରେ ଲେଖିଛନ୍ତି ‘ନମସ୍କାର କରତେ ହେ’। ବଲିଉଡ ନାୟିକା ସୋନାକ୍ଷୀ ସିହ୍ନା ଟ୍ଵିଟରରେ ଲେଖିଛନ୍ତି ‘ଜୟହିନ୍ଦ’।

ଠିକ୍‌ ସେହିପରି ବଲିଉଡର ଜଣାଶୁଣା ଅଭିନେତା ଅନୁପମ୍‌ ଖେର ଓ ତାପସୀ ପାନୁ ମଧ୍ୟ ବିଜୟର ସଙ୍କେତ ଦର୍ଶାଇ ‘ଭାରତମାତାକୀ ଜୟ’ ବୋଲି ଲେଖିଛନ୍ତି। ଅନୁପମ୍‌ ଖେର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ଆଜି ହେବ ସେହି ଶୁଭ ଦିନ ଯେଉଁ ଦିନଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାଲ୍ୟୁଟ୍‌ କରିବା ଆରମ୍ଭ କରନ୍ତୁ।’

ସମ୍ବନ୍ଧିତ ଖବର