ପ୍ରଥମ ଥର ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କୁ ଭେଟିବା ସମୟରେ ମୋଦୀଙ୍କୁ ଏଭଳି କରିବା ପାଇଁ ମିଳିଥିଲା ଉପଦେଶ

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତକାର କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦୁହେଁ ରାଜନୀତିକୁ ଛାଡ଼ି ଅନେକ ବ୍ୟକ୍ତିଗତ ଜିନିଷ ବିଷୟରେ କଥା ହୋଇଥିଲେ ବୋଲି କୁହାଯାଉଥିବା ବେଳେ ଏକ ରାଜ୍‌ ଉପରୁ ପରଦା ଉଠାଇଥିଲେ ମୋଦୀ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ୍‌ ଓବାମାଙ୍କୁ ମୋଦୀଜୀ ଯେତେବେଳେ ୨୦୧୫ରେ ପ୍ରଥମେ ଭେଟିଥିଲେ, ସେ ସମୟରେ ଓବାମା ତାଙ୍କୁ ତାଙ୍କ ଶୋଇବା ସମୟକୁ ନେଇ ପ୍ରଶ୍ନ କରିଥିଲେ ।

ଆପଣ ଏତେ କମ ସମୟ କ’ଣ ପାଇଁ ଶୋଉଛନ୍ତି? ଏହାକୁ ବଦଳାନ୍ତୁ । କିଛି ଘଣ୍ଟା ଅଧିକ ଶୁଅନ୍ତୁ ବୋଲି ମୋଦୀଙ୍କୁ କହିଥିଲେ ଓବାମା । ଏହା ପରେ ଯେତେବେଳେ ବି ଦୁହେଁ ଦେଖା ହୁଅନ୍ତି, ଓବାମା ମୋଦୀଙ୍କୁ ତାଙ୍କ ଶୋଇବା ସମୟ ବଢ଼ିଲା କି ନାହିଁ ପଚାରିବାକୁ ଭୁଲନ୍ତି ନାହିଁ ବୋଲି ଅକ୍ଷୟଙ୍କୁ ଜଣାଇଥିଲେ ନରେନ୍ଦ୍ର ମୋଦୀ ।

ସମ୍ବନ୍ଧିତ ଖବର