କୋହ୍ଲାପୁର: ବଲିଉଡ ଅଭିନେତା ଅକ୍ଷୟ କୁମାର ମହାରାଷ୍ଟ୍ର କୋହ୍ଲାପୁରରେ ୧୦୩ ସହିଦଙ୍କ ପରିବାରକୁ ଦୀପାବଳି ଅବସରରେ ବିଶେଷ ଉପହାର ପ୍ରଦାନ କରିଛନ୍ତି। ବଲିଉଡ ଖିଲାଡି କୁମାର ପ୍ରତ୍ୟେକ ସହିଦ ପରିବାରକୁ ୨୫ହଜାର ଟଙ୍କାର ଚେକ୍ ସହିତ ହୃଦୟକୁ ଜିଣି ନେଉଥିବା ଏକ ଚିଠି ଦେଇଛନ୍ତି।
/sambad/media/post_attachments/wp-content/uploads/2017/10/Master-2.jpg)
ସୂଚନାଯୋଗ୍ୟ, ମହାରାଷ୍ଟ୍ରର କୋହ୍ଲାପୁର ଅଞ୍ଚଳରେ ପୁଲିସ ବିଭାଗର ସ୍ୱତନ୍ତ୍ର ଆଇଜି ବିଶ୍ୱାସ ନଗର ପାଟିଲ ପ୍ରତ୍ୟେକ ସହିଦଙ୍କ ପରିବାରକୁ ମିଠା ବାଣ୍ଟିବା ପାଇଁ ଚିନ୍ତା କରିଥିଲେ। ଏହାପରେ ବିଶ୍ୱାସ ମାର୍ଗଦର୍ଶନରେ ପୁଲିସ ଅଧିକାରୀମାନେ ୧୦୩ ସହିଦଙ୍କ ତାଲିକା ପ୍ରସ୍ତୁତ କରିଥିଲେ। ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ଏହି ବିଚାର ବହୁତ ପସନ୍ଦ ଆସିଥିଲା। ସେବି ଏହି ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ।
/sambad/media/post_attachments/wp-content/uploads/2017/10/Master-1-1.jpg)
ଅକ୍ଷୟ କୁମାର ସହିଦଙ୍କ ପରିବାରକୁ ଏକ ଚିଠିରେ ଲେଖିଛନ୍ତି, ଦେଶପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ସହିଦଙ୍କ ପରିବାରଙ୍କୁ ନେଇ ଆମେ ଗର୍ବ ଅନୁଭବ କରୁଛୁ। ମୁଁ ଜାଣିଛି ଏହି ଦୀପାବଳିରେ ଆପଣଙ୍କ/ପୁଅ/ଭାଇ/ସ୍ୱାମୀ/ଦିଅରଙ୍କ କଥା ବହୁତ ମନେ ପଡୁଥିବ। ବାସ ମୋର ଆପଣଙ୍କୁ କେବଳ ଏତିକି ଅନୁରୋଧ ନୂତନବର୍ଷର ଶୁଭାରମ୍ଭ ସାହସିକତାର ସହ କରନ୍ତୁ। ପିଲାମାନଙ୍କ ପାଇଁ କିଛି ମିଠା ଓ ଉପହାର ପଠାଉଛି। ଏହାକୁ ମଧୁରତାର ସହ ଗ୍ରହଣ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/NBT-image-8.jpg)