ନିର୍ଭୟା ଦୋଷୀ ଅକ୍ଷୟକୁ ଫାଶୀରୁ ବଞ୍ଚାଇବା ପାଇଁ ପତ୍ନୀ ବାଛିଲେ ଆଇନର ଆଉ ଏକ ନୂଆ ରାସ୍ତା; ଛାଡ଼ପତ୍ର ପାଇଁ ପରିବାର ଅଦାଲତରେ ଆବେଦନ କଲେ

ଔରଙ୍ଗାବାଦ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ହୋଇଥିବା ଚାରିଜଣ ଦୋଷୀଙ୍କ ମଧ୍ୟରୁ ଦୋଷୀ ଅକ୍ଷୟ ଠାକୁରର ପତ୍ନୀ ସ୍ୱାମୀକୁ ବଞ୍ଚାଇବା ପାଇଁ ଆଇନର ଏକ ନୂଆ ରାସ୍ତା ବାଛିଛନ୍ତି। ଅକ୍ଷୟର ପତ୍ନୀ ପୁନୀତ ଏକ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ମଙ୍ଗଳବାର ଜଣାପଡ଼ିଛି।

ଅକ୍ଷୟଙ୍କ ପତ୍ନୀ ପୁନୀତ ଔରଙ୍ଗାବାଦ ପରିବାର ଅଦାଲତରେ ନିଜ  ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି କି, ତାଙ୍କ ସ୍ୱାମୀଙ୍କୁ ନିର୍ଭୟା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଫାଶୀ ଦଣ୍ଡାଦେଶ ହୋଇଛି। ଅକ୍ଷୟଙ୍କୁ ଫାଶୀ ହୋଇଯିବା ପରେ ସେ ତାଙ୍କ ବିଧବା ପତ୍ନୀ ହୋଇ ରହିବାକୁ ଚାହାନ୍ତି ନାହିଁ। ତେଣୁ ସେ ଏହି ଛାଡ଼ପତ୍ର ପାଇଁ ଆବେଦନ କରିବା ସହିତ ତାଙ୍କ ସ୍ୱାମୀ ନିର୍ଦ୍ଦୋଷ ବୋଲି କହିଛନ୍ତି।

अक्षय की पत्नी ने तलाक की लगाई अर्जी
https://navbharattimes.indiatimes.com/

ଅକ୍ଷୟ ଠାକୁରର ପତ୍ନୀଙ୍କ ଓକିଲ ମୁକେଶ କୁମାର ସିଂହଙ୍କ କହିବାନୁସାରେ, ହିନ୍ଦୁ ବିବାହ ଅଧିନିୟମ ୧୩(୨) (୧୧) ଆଧାରରେ ପୁନୀତ ଛାଡ଼ପତ୍ର ଆବେଦନ କରି ପାରିବେ। କାରଣ ଏହି ନିୟମରେ ରହିଛି କି, ଯଦି ଦୁଷ୍କର୍ମ ମାମଲାରେ କୌଣସି ମହିଳାଙ୍କ ସ୍ୱାମୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେ ଛାଡ଼ପତ୍ର ପାଇଁ ଆବେଦନ କରି ପାରିବେ।

ଆଇନ ବିଶେଷଜ୍ଞଙ୍କ ଅନୁସାରେ, ଏହି ଆବେଦନ ଉପରେ କୋର୍ଟ ଅକ୍ଷୟକୁ ନୋଟିସ୍‌ ଜାରି କରି ଉପସ୍ଥିତ ରହିବାକୁ କହି ପାରନ୍ତି।

ଉଲ୍ଲେଖଯୋଗ୍ୟ, ନିର୍ଭୟା ଦୁଷ୍କର୍ମ ମାମଲାରେ ମାର୍ଚ୍ଚ ୨୦ ସକାଳ ୫.୩୦ରେ ୪ଜଣ ଦୋଷୀଙ୍କୁ ଫାଶୀ ଦିଆଯିବ। ଅକ୍ଷୟ ଏହି ଫାଶୀରୁ ବଞ୍ଚିବା ପାଇଁ ନିମ୍ନ ଅଦାଲତରୁ ନେଇ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ହେଁ ତାଙ୍କର ସମସ୍ତ ପ୍ରକାର ଆବେଦନକୁ ଖାରଜ କରି ଦିଆଯାଇଥିଲା। ନିର୍ଭୟା ଦୋଷୀ ଅକ୍ଷୟ, ପବନ, ମୁକେଶ ଓ ବିନୟର ଫାଶୀରୁ ବଞ୍ଚିବା ପାଇଁ ସମସ୍ତ ଆଇନଗତ ରାସ୍ତା ବନ୍ଦ ହୋଇଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର