ନୂଆଦିଲ୍ଲୀ : କେରଳ ଏବଂ କର୍ଣ୍ଣାଟକରେ ଅଲ୍ କାଏଦା ଆକ୍ରମଣ ଯୋଜନା କରିଛି। ଜାତିସଂଘର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ପ୍ରାୟ ୧୫୦ରୁ ୨୦୦ ଆଇଏସ୍ ଆତଙ୍କବାଦୀ ଏବେ ଦକ୍ଷିଣ ଭାରତରେ ଅଛନ୍ତି ଏବଂ ସେମାନେ ବଡ଼ ଧରଣର ଆକ୍ରମଣ ଯୋଜନା କରିଛନ୍ତି। ରିପୋର୍ଟ ଅନୁଯାୟୀ କେରଳ ଏବଂ କର୍ଣ୍ଣାଟକରେ ଅନେକ ଆଇଏସ୍ ସଞ୍ଚାଳକ ରହିଛନ୍ତି। ଗତବର୍ଷ ମେ'ରେ ଇସଲାମିକ୍ ଷ୍ଟେଟ୍ ପକ୍ଷରୁ ଦାବି କରାଯାଇଥିଲା ଯେ, ସେମାନେ ଭାରତରେ ଏକ ପ୍ରଦେଶ ଗଢ଼ିଛନ୍ତି। ଏହାର ନାମ ୱେଲାୟା ହିନ୍ଦ୍ ରହିଛି ବୋଲି ଘୋଷଣା କରାଯାଇଥିଲା। ତେବେ ସୁରକ୍ଷା ଅଧିକାରୀମାନେ ଏଭଳି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆଇଏସ୍ ଗତିବିଧି ନେଇ ସ୍ଥିତି ସ୍ପଷ୍ଟ ହୋଇପାରିନଥିବା ବେଳେ ଆଗକୁ ସ୍ବାଧୀନତା ଦିବସ ଥିବାରୁ ଏହା ପୂର୍ବରୁ ଜାତିସଂଘର ଏହି ରିପୋର୍ଟ୍କୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଏଭଳି ସ୍ଥିତିରେ ଦକ୍ଷିଣ ଭାରତରେ ସୁରକ୍ଷା ଅଧିକ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି। ବିଶେଷ କରି କେରଳ ଏବଂ କର୍ଣ୍ଣାଟକ ଉପରେ ସ୍ବତନ୍ତ୍ର ଭାବେ ଫୋକସ୍ କରାଯାଇଛି।
କେରଳ, କର୍ଣ୍ଣାଟକରେ ଅଲ୍ କାଏଦାର ଆକ୍ରମଣ ଯୋଜନା
/sambad/media/post_attachments/wp-content/uploads/2020/07/terrorist-24-1508816027.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)