ଭାରତୀୟ ସେନା ଓ ସରକାରଙ୍କ ବିରୋଧରେ ଏକାଠି ହୋଇ ଯୁଦ୍ଧ କରିବାକୁ କାଶ୍ମୀର ମୁଜାହିଦ୍ଦିନଙ୍କୁ ଅଲକାଇଦାର ଆହ୍ଵାନ

ନୂଆଦିଲ୍ଲୀ : ଭାରତୀୟ ସେନା ଓ ଭାରତ ସରକାରଙ୍କ ବିରୋଧରେ ଧର୍ମଯୁଦ୍ଧ ଡାକରା ଦେଇଛି ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ କାଇଦା । ଅଲକାଇଦା ମୁଖ୍ୟ ଆଏମନ ଅଲ ଜଓ୍ଵାହିରି ଏକ ଭିଡିଓ ବାର୍ତ୍ତାରେ କହିଛି ଯେ କାଶ୍ମୀରର ମୁଦାହିଦ୍ଦିନମାନେ ଏକାଠି ହୋଇ ଭାରତୀୟ ସେନା ଓ ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ କରିବା ଆବଶ୍ୟକ ।

ସେମାନେ କାଶ୍ମୀର ଲଢେଇକୁ ଏକ ଅଲଗା ଲଢେଇଭାବେ ନ ଦେଖି ତାହାକୁ ବିଶ୍ୱର କେତେକ ଶକ୍ତିଙ୍କ ବିରୋଧରେ ମୁସଲମାନମାନଙ୍କ ଯୁଦ୍ଧ ଭାବେ ଦେଖାଯିବା ଉଚିତ ବୋଲି ସେ କହିଛି । ନିରବଚ୍ଛିନ୍ନ ଭାରତୀୟ ସେନା ଓ ସରକାରଙ୍କ ବିରୋଧରେ ଯୁଦ୍ଧ କରି ଭାରତୀୟ ରାଷ୍ଟ୍ର ଓ ଅର୍ଥନୀତିକୁ ଗଭୀର କ୍ଷତି ପହଞ୍ଚାଯିବା ଆବଶ୍ୟକ । ଏହା ସହିତ ଭାରତୀୟ ସେନାକୁ ଗଭୀର କ୍ଷତି ପହଞ୍ଚାଯିବା ଆବଶ୍ୟକ ବୋଲି ସେ କହିଛି । ଅଲକାଇଦାର ଗଣମାଧ୍ୟମ ଅସ-ସାହାବରେ ଏହି ଭିଡିଓ ପ୍ରସାରିତ ହୋଇଛି ।

ସମ୍ବନ୍ଧିତ ଖବର