ଆଫଗାନିସ୍ତାନରେ ଆଡ୍ଡା ଜମାଇବା ସହ ଦୁଇ ବର୍ଷ ମଧ୍ୟରେ ଆମେରିକା ଉପରେ ଆକ୍ରମଣ କରିବ ଅଲ-କାଏଦା

ନୂଆଦିଲ୍ଲୀ: ଦେଶ ପ୍ରତି ଏବେ ଆଉ ଆତଙ୍କବାଦୀ ଆକ୍ରମଣର ବିପଦ ନାହିଁ ବୋଲି ଦାବି କରୁଛି ଆମେରିକା। ହେଲେ ଏବେ ଏହାର ଠିକ ବିପରୀତ ଖବର ସାମ୍ନାକୁ ଆସିଛି। ଆମେରିକାର ଗୁଇନ୍ଦ‌ା ଏଜେନ୍ସିର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ, ଆତଙ୍କବାଦୀ ଗୋଷ୍ଠୀ ଅଲ-କାଏଦା ଆଫଗାନିସ୍ତାନରେ ନିଜର ଆଡ୍ଡା ଜମାଇବା ସହ ଆମେରିକା ଉପରେ ଆକ୍ରମଣ କରିପାରେ। ଆଗାମୀ ବର୍ଷେ କି ଦୁଇ ବର୍ଷ ମଧ୍ୟରେ ଅଲ-କାଏଦା ଆକ୍ରମଣ କରିପାରେ ବୋଲି କହିଛି ଆମେରିକାର ଗୁଇନ୍ଦ‌ା ଏଜେନ୍ସି।

ଆଫଗାନିସ୍ତାନରୁ ଶୀଘ୍ର ସୈନ୍ୟ ପ୍ରତ୍ୟାହାରକୁ ନେଇ ବହୁ ସମାଲୋଚନାର ସମ୍ମୁଖୀନ ହୋଇଥିବା ଆମେରିକା ପାଇଁ ଏବେ ଏହି ଖବର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସିଆଇଏର ଉପ-ନିର୍ଦ୍ଦେଶକ ଡେଭିଡ କୋହେନ ଗୁଇନ୍ଦ‌ା ଏଜେନ୍ସିର ଏକରୁ ଦୁଇ ବର୍ଷର ସମୟସୀମା ସହ ସହମତ ହୋଇ କହିଛନ୍ତି ଯେ ଆଫଗାନିସ୍ତାନରେ ଅଲ-କାଏଦା ନିଜର ଆଡ୍ଡା ଜମାଇବା ସହ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ଆରମ୍ଭ କରିସାରିଲାଣି।

www.indiatoday.in

ଏହାପୂର୍ବରୁ ଜୁନ୍ ମାସରେ ପ୍ରତିରକ୍ଷା ସଚିବ ଲୋଏଡ ଅଷ୍ଟିନ ଏକ ସିନେଟ କମିଟିକୁ କହିଥିଲେ ଯେ, ଆଫଗାନିସ୍ତାନରୁ ଆମେରିକା ଉପ‌ରେ ଆକ୍ରମଣ କରିବାର କ୍ଷମତା ବିକାଶ ପାଇଁ ଅଲ-କାଏଦାକୁ ଦୁଇ ବର୍ଷ ଲାଗିବ।

 

ସମ୍ବନ୍ଧିତ ଖବର