ୱାସିଂଟନ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ପକ୍ଷରୁ ଏକ ‘ହତ୍ୟା ତାଲିକା’ ଜାରି କରାଯାଇଛି। ଏହି ତାଲିକାରେ, ଇସ୍ରାଏଲ୍କୁ ସମର୍ଥନ କରୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ଟେକ୍ ବିଲିୟନେୟାର ଏଲନ୍ ମସ୍କଙ୍କ ସମେତ କେତେକ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି।
ଅଲ୍ କାଏଦାର ନୂତନ ନେତା ସାଦ ବିନ୍ ଆତିଫ୍ ଅଲ୍ ଅୱଲାକି ଏକ ଭିଡିଓ ଜାରି କରିଛି। ୩୪ ମିନିଟ୍ ଦୀର୍ଘ ଏହି ଭିଡିଓରେ ସାଦ୍ ବିନ୍ ଆମେରିକାର ମୁସଲିମଙ୍କୁ ‘ପ୍ରତିଶୋଧ’ନେବା ନିମନ୍ତେ ଆହ୍ବାନ ଦେଇଛି। ଇହୁଦୀ ଓ ଆମେରିକୀୟଙ୍କୁ ହତ୍ୟା କରିବା ନିମନ୍ତେ କାହାରିଠାରୁ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ ନାହିଁ ବୋଲି ସେ କହିବା ସହ ବିଶ୍ବର ସବୁଠାରୁ ବଡ଼ ଅପରାଧୀ ଭାବେ ଟ୍ରମ୍ପ, ଉପରାଷ୍ଟ୍ରପତି ଭାନ୍ସ ଏବଂ ମସ୍କଙ୍କୁ ଦର୍ଶାଇଛି। ଅଲ୍ କାଏଦାର ଏହି ହତ୍ୟା ତାଲିକାରେ ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ, ପ୍ରତିରକ୍ଷା ସଚିବ ପିଟ୍ ହେଗ୍ସେଥ୍ଙ୍କ ନାମ ମଧ୍ୟ ରହିଛି।
ଅଲ୍ କାଏଦା ଜାରିକଲା ‘ହତ୍ୟା ତାଲିକା’, ଟ୍ରମ୍ପ, ଜେଡି ଭାନ୍ସ, ମସ୍କ ଟାର୍ଗେଟ୍ରେ
କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ପକ୍ଷରୁ ଏକ ‘ହତ୍ୟା ତାଲିକା’ ଜାରି କରାଯାଇଛି। ଏହି ତାଲିକାରେ, ଇସ୍ରାଏଲ୍କୁ ସମର୍ଥନ କରୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଉପରାଷ୍ଟ୍ରପତି ଜେଡି ଭାନ୍ସ...
/sambad/media/media_files/2025/06/12/skjX6EA0cJvM1dKApePA.jpg)