ୱାସିଂଟନ : ଅଲ୍କାଏଦାର ୨ ନମ୍ବର କମାଣ୍ଡର୍ ତଥା ପ୍ରଭାବଶାଳୀ ଆତଙ୍କବାଦୀ ମହମ୍ମଦ ଅଲ୍ ମସ୍ରିକୁ ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ନିପାତ କରିଥିଲେ। ଗତ ଅଗଷ୍ଟ ମାସରେ ଆମେରିକାର ଗୁଇନ୍ଦା ତଥ୍ୟ ଆଧାରରେ ଇସ୍ରାଏଲ ମସ୍ରିକୁ ନିପାତ କରିଥିଲା ବୋଲି ଆମେରିକାର ଜଣେ ପୂର୍ବତନ ଅଧିକାରୀ ପ୍ରକାଶ କରିଛନ୍ତି। ଇରାନ୍ର ରାଜଧାନୀ ତେହେରାନ୍ରେ ମସ୍ରିକୁ ନିପାତ କରାଯାଇଥିଲା। ଆମେରିକା ମସ୍ରି ସମ୍ପର୍କରେ ସମସ୍ତ ତଥ୍ୟ ଇସ୍ରାଏଲ୍କୁ ଯୋଗେଇ ଦେଇଥିଲା। ଆମେରିକାର ଗୁଇନ୍ଦା ତଥ୍ୟକୁ ଭିତ୍ତି କରି ଇସ୍ରାଏଲ ଏହି ୨ ନମ୍ବର ଅଲ୍କାଏଦା ଆତଙ୍କବାଦୀକୁ ନିପାତ କରିବାରେ ସଫଳ ହୋଇଥିଲା। ମସ୍ରି ୧୯୯୮ରେ ନାଇରୋବିରେ ଆମେରିକୀୟ ଦୂତାବାସ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା।
ଅଲ୍କାଏଦାର ୨ ନମ୍ବର କମାଣ୍ଡରକୁ ଇସ୍ରାଏଲ୍ ନିପାତ କରିଥିଲା
/sambad/media/post_attachments/wp-content/uploads/2020/11/AP_19179522949784sdsads.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)