ନିକଟରେ ପ୍ରାଣ ହରାଇଥିବା ଅଲକାଏଦା କମାଣ୍ଡର ଅସୀମ ଉମରର ପୂର୍ବଜ ଥିଲେ ସ୍ୱାଧୀନତା ସଂଗ୍ରାମୀ!

ନୂଆଦିଲ୍ଲୀ: ଅଲକାଏଦା କମାଣ୍ଡର ଅସୀମ ଉମର ସଂପର୍କରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅଲକାଏଦା ମୁଖ୍ୟ ଅୟମାନ ଅଲଜବାହିରୀଠାରୁ କମାଣ୍ଡର ଦାୟିତ୍ୱ ନେଇଥିବା ଅସୀମର ପୂର୍ବଜମାନଙ୍କ ସଂପର୍କରେ ଶୁଣିଲେ ଆପଣ ବିସ୍ମିତ ହେବେ। ଅସୀମର ବଂଶଧର ଗ୍ରାମର ମୁଖିଆ ଥିଲେ। ଖାଲି ସେତିକି ନୁହେଁ , ସେମାନେ ସ୍ୱାଧୀନତା ସଂଗ୍ରାମୀ ବି ଥିଲେ । ତାର ପୂର୍ବଜଙ୍କ ଭିତରୁ ଜଣେ ବ୍ରିଟିଶ ଶାସନକାଳରେ ଜିଲ୍ଲାପାଳ ବି ଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଗତ ମାସ ୨୩ତାରିଖରେ ଏକ ଆଫଗାନିସ୍ତାନରେ ହୋଇଥିବା ଏକ ଆକ୍ରମଣ ସମୟରେ ଅସୀମ ଉମରର ପ୍ରାଣହାନି ଘଟିଥିଲା। ଅଲକାଏଦା କମାଣ୍ଡର ମୌଲାନା ଅସୀମ ଉମରର ଘର ଉତ୍ତର ପ୍ରଦେଶର ସମ୍ଭଳ ଅଞ୍ଚଳରେ ବୋଲି ଜଣାଯାଇଛି ।

मौलाना आसिम उमर (फोटोः ट्विटर)
image source-aajtak

ଅସୀମର ଭାଇ ଅଧ୍ୟାପକ ରିଜୱାନ ଗଣମାଧ୍ୟମକୁ କହିଛନ୍ତି ଯେ ମଙ୍ଗଳବାର ଗୁଇନ୍ଦା ସଂସ୍ଥା ମାଧ୍ୟମରେ ତାଙ୍କୁ ଏହି ଖବର ମିଳିଥିଲା । ତା’ର ମୃତ୍ୟୁରେ ସେମାନଙ୍କୁ କୌଣସି ପ୍ରକାରର ଖରାପ ଲାଗୁ ନାହିଁ । ସେ ୧୯୯୮ରେ ଛାଡ଼ି ଚାଲିଯାଇଥିଲା, ସେତେବେଳେ ତାକୁ ୧୮ ବର୍ଷ ବୟସ ହୋଇଥିଲା । ସେହି ଦିନଠାରୁ ତା’ ବାବଦରେ ଆମକୁ କୌଣସି ଖବର ନ ଥିଲା ସେମାନଙ୍କ ପାଖରେ। ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ପିତା ଯେତେବେଳେ ଜାଣିପାରିଥିଲେ ଯେ, ପୁଅ ଅସୀମ ଉମର ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛି ସେତେବେଳଠାରୁ ତା‘ ନାଆଁ ବି ଶୁଣିବାକୁ ଚାହୁଁନଥିଲେ।

ସମ୍ବନ୍ଧିତ ଖବର