ଭାରତରେ ଆତ୍ମଘାତୀ ଆକ୍ରମଣ କରି ଅପମାନର ପ୍ରତିଶୋଧ ନେବୁ : ଅଲକାଇଦାର ଧମକ

ନୂଆଦିଲ୍ଲୀ : ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ମାମଲାରେ ଏବେ ସାମିଲ ହୋଇଯାଇଛି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲକାଇଦା । ଏହି ଅପମାନ ପାଇଁ ଭାରତର ରାଜଧାନୀ ଦିଲ୍ଲୀ ସମେତ କେତେକ ସହର ଓ ରାଜ୍ୟରେ ଆତ୍ମଘାତୀ ଆକ୍ରମଣ କରାଯିବ ବୋଲି ଅଲକାଇଦା ଧମକ ଦେଇଛି ।

ଜୁନ ୬ ତାରିଖରେ ଅଲକାଇଦା ପକ୍ଷରୁ ଜାରି ଏକ ଧମକପୂର୍ଣ୍ଣ ପତ୍ରରେ କୁହାଯାଇଛି ଯେ ଯେଉଁମାନେ ଏପରି ଅପମାନ କରିଛନ୍ତି, ସେମାନଙ୍କୁ ହତ୍ୟା କରାଯିବ ।  ଅଲକାଇଦା ସଦସ୍ୟମାନେ ନିଜ ଶରୀରରେ ଓ ନିଜ ପିଲାମାନଙ୍କ ଶରୀରରେ ବିସ୍ଫୋରକ ବାନ୍ଧି ଆତ୍ମଘାତି ବିସ୍ଫୋରଣ କରି ଏପରି ଅପରାଧ କରିଥିବା ଲୋକମାନଙ୍କୁ ଉଡ଼ାଇଦେବେ । ଗେରୁଆ ଆତଙ୍କବାଦୀମାନେ ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ ଓ ଉତ୍ତରପ୍ରଦେଶରେ ନିଜର ଧ୍ବଂସ ପାଇଁ ଅପେକ୍ଷା କରିବା ଉଚିତ ।

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଏକ ଟିଭି କାର୍ଯ୍ୟକ୍ରମରେ ଯୋଗ ଦେବାବେଳେ ସେ କେତେକ ବିବାଦୀୟ ଇସଲାମ ବିରୋଧୀ ମନ୍ତବ୍ୟ ଦେଇଥିଲେ ।  ଏହାକୁ ନେଇ ମୁସଲିମ ଜଗତରେ ତୀବ୍ର ବିରୋଧ ହେବା ପରେ ଗତ ରବିବାରଦିନ ବିଜେପି ପକ୍ଷରୁ ନୂପୁର ଓ ଦିଲ୍ଲୀ ୟୁନିଟ ମିଡିଆ ସେଲ ମୁଖ୍ୟ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନୂପୁରଙ୍କୁ ନିଲମ୍ବିତ କରାଯିବା ସହ ନବୀନଙ୍କୁ ବହିଷ୍କାର କରାଯାଇଥିଲା । ଏହା ସତ୍ତ୍ବେ ବିଶ୍ବର ମୁସଲିମ ଦେଶମାନେ ଏହାକୁ ନିନ୍ଦା କରିଚାଲିଛନ୍ତି ।

 

 

ସମ୍ବନ୍ଧିତ ଖବର