ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ରାଜଧାନୀ ଦିଲ୍ଲୀରେ ଅଲ୍ କାଏଦାର ଏକ ପ୍ରମୁଖ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାସ କରି ୧୧ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଏହା ସହିତ ପ୍ରାୟ ଅଧ ଡଜନ ଲୋକଙ୍କୁ ପଚରାଉଚରା ଜାରି ରହିଛି। ରାଜସ୍ଥାନ, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶ ପୁଲିସ ସହାୟତାରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଏହି ଅପରେସନ କରିଥିଲା। ରାଜସ୍ଥାନର ଭିୱାଡିରୁ ୬ ଜଣ, ରାଞ୍ଚିରୁ ୪ ଜଣ, ହଜାରୀବାଗରୁ ଜଣେ ଏବଂ ୟୁପିର ଆଲିଗଡ଼ରୁ ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଗିରଫ କରାଯାଇଛି।
ଏହି ମଡ୍ୟୁଲର ମୁଖ୍ୟ ହେଉଛନ୍ତି ରାଞ୍ଚିର ଏକ ପ୍ରସିଦ୍ଧ ହସ୍ପିଟାଲର ରେଡିଓଲୋଜି ବିଭାଗରେ କାର୍ଯ୍ୟରତ ଡାକ୍ତର ଇସ୍ତେଆକ୍ ଅହମ୍ମଦ। ଅନ୍ୟ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ମୋତିଉର, ରିଜୱାନ, ମୁଫତି ରହମତୁଲ୍ଲା ଓ ଫୈଜାନ ଅହମ୍ମଦ। ଅନ୍ୟ ଅଭିଯୁକ୍ତମାନେ ହେଲେ ରାଜସ୍ଥାନର ଭିୱାଡିର ହାସନ ଅନସାରୀ, ଉନକାମୁଲ ଅନସାରୀ, ଅଲତାଫ ଅନସାରୀ, ଅର୍ଶଦ ଖାନ, ଉମର ଫାରୁକ୍ ଓ ଶାହବାଜ ଅନସାରୀ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଝାଡ଼ଖଣ୍ଡର ହଜାରୀବାଗ ଓ ରାଞ୍ଚିର ବାସିନ୍ଦା।
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ଡାକ୍ତର ଇସ୍ତେଆକ୍ ବିଷୟରେ ଗୁଇନ୍ଦା ସୂଚନା ମିଳିଥିଲା । ଡାକ୍ତରକୁ ଅଟକ ରଖିବା ପରେ ତାଙ୍କୁ ପଚରାଉଚରା କରାଯିବା ସହ ତା ମୋବାଇଲ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ଯାଞ୍ଚ କରାଯିବା ପରେ ଏହି ମଡ୍ୟୁଲ୍ ମିଳିଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ମଡ୍ୟୁଲ ସହ ଜଡିତ ସମସ୍ତ ଆତଙ୍କବାଦୀ ସୋସିଆଲ ମିଡିଆ ଆପ୍ ଟେଲିଗ୍ରାମ ମାଧ୍ୟମରେ ପରସ୍ପର ସହ ଯୋଡ଼ି ହୋଇଥିଲେ । ସେମାନେ ଅନେକ ଗୋଷ୍ଠୀ ମଧ୍ୟ ଗଠନ କରିଥିଲେ, ଯେଉଁଥିରୁ କିଛି ପାକିସ୍ତାନ ଏବଂ ଆଫଗାନିସ୍ତାନ ଏବଂ ଅନ୍ୟ ଆରବ ଦେଶରୁ ଆସିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/VJTVYSALfjApjkQiMHpW.jpeg)