ମାସ ମାସ ଧରି ବିନ୍ଧୁଥିଲା ପେଟ; ଚିକିତ୍ସା ପରେ ମହିଳାଙ୍କ ଅଣ୍ଡାଶୟରୁ ବାହାରିଲା ତରଭୁଜ ଆକାରର ୨୨କିଲୋର ଟ୍ୟୁମର

ଓ୍ଵାଶିଂଟନ : ଆମେରିକାର ଅଲାବାମାରେ ଘଟିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଘଟଣା । ଅଲାବାମାରେ କାଏଲା ରାୟନ ନାମକ ଜଣେ ମହିଳାଙ୍କ ଅଣ୍ଡାଶୟରୁ ୨୨କିଲୋର ଟ୍ୟୁମର ବାହାର କରାଯିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ମାସ ଧରି କାଏଲାଙ୍କ ପେଟ ବିନ୍ଧା ହେବା ସହ ହଠାତ୍‌ ଓଜନ ବଢ଼ିବାକୁ ଲାଗିଥିଲା । କିଛି ଲୋକ ସେ ଗର୍ଭବତୀ ଥିବା କହିବା ସହ ତାଙ୍କ ପେଟରେ ଜାଆଁଳା ପିଲା ଥିବା କହିବା ଆରମ୍ଭ କରିଥିଲେ । କିଛି ଦିନ ପରେ ଯନ୍ତ୍ରଣା ଅଧିକ ବଢ଼ିବାରୁ ଡ଼ାକ୍ତରଙ୍କୁ ପରାମର୍ଶ କରାଇଥିଲେ କାଏଲା । ଡ଼ାକ୍ତର ପରୀକ୍ଷା କରିବା ପରେ କାୟଲାଙ୍କ ଅଣ୍ଡାଶୟରେ ଏକ ତରଭୁଜ ଆକାରରେ ଟ୍ୟୁମର ଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତୁରନ୍ତ ଅସ୍ତ୍ରୋପଚାର କରା ନଗଲେ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିବା ପରେ ମେ ୨୬ରେ କାଏଲାଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ପରେ କଢ଼ା ଯାଇଥିବା ଟ୍ୟୁମରର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି, ଯାହାକୁ ଦେଖି ଲୋକମାନେ ଅଶ୍ଚର୍ଯ୍ୟ ହୋଇଛନ୍ତି ।

The Inquisitr

କାଏଲାଙ୍କ କହିବା ଅନୁଯାୟୀ, ହଠାତ୍‌ ତାଙ୍କ ଓଜନ ବଢ଼ିବାର କାରଣ ଟ୍ୟୁମର ବୋଲି ସେ ଜମା ବି ଭାବି ନଥିଲେ । ସମସ୍ତେ ତାଙ୍କୁ ଗର୍ଭବତୀ କହିବା ସହ ଯାଆଁଳା ପିଲାର ମା’ହେବେ ବୋଲି କହିବା ଆରମ୍ଭ କରିଥିଲେ । କିନ୍ତୁ ପେଟର ଯନ୍ତ୍ରଣା ହଠାତ୍‌ ବଢ଼ିବାରୁ ସେ ଅଲାବାମାରେ ଥିବା ଜ୍ୟାକ୍‌ସନ ହସ୍ପିଟାଲରେ ନିଜର ଚିକିତ୍ସା ଆରମ୍ଭ କରିଥିଲେ । ଏହି ଟ୍ୟୁମର ହଟାଇବା ପରେ ତାଙ୍କର ଓଜନ ୩୪କିଲୋ କମ ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର