ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋଲା ଗୋକର୍ଣ୍ଣନାଥ ବିଧାନସଭା ଆସନରେ ବିଜେପିର ବଡ଼ ବିଜୟ ସମାଜବାଦୀ ପାର୍ଟି ସମେତ ସମସ୍ତ ବିରୋଧୀ ଦଳଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି। ବିଜେପିର ଏହି ବିଜୟ ସପା ପାଇଁ ଅଧିକ ଚିନ୍ତାର କାରଣ ପାଲଟିଛି। ଏହି ଆସନରେ କଂଗ୍ରେସ ଏବଂ ବହୁଜନ ସମାଜବାଦୀ ପାର୍ଟି ପ୍ରାର୍ଥୀ ଦେଇନଥିବାରୁ ଏହିଆସନକୁ ସପା ନିଜ ଦଖଲକୁ ନେବା ପାଇଁ ସବୁ ଶକ୍ତି ଖଟାଇଥିଲେ। ତେବେ ବିଜେପିର ସୁଚିନ୍ତିତ ରଣନୀତି ସପାର ଗଣିତ ଓଲଟପାଲଟ କରିଦେଇଛି।
ସିଧାସଳଖ ମୁକାବିଲାରେ ବିଜେପି ୫୫ ପ୍ରତିଶତ ଭୋଟ୍ ପାଇବା ସପା ପାଇଁ ବଡ଼ ଝଟ୍କା ସାବ୍ୟସ୍ତ ହୋଇଛି। ଗତବର୍ଷ ଲଖିମପୁର ଖେରି ଜିଲ୍ଲାରେ ହୋଇଥିବା ହିଂସାକୁ ମୁଖ୍ୟ ପ୍ରସଙ୍ଗ କରିବା ସହ ବିଜେପିକୁ କୃଷକ ବିରୋଧୀ ଦର୍ଶାଇ ସମାଜବାଦୀ ପାର୍ଟି ଜୋରଦାର ପ୍ରଚାର କରିଥିଲା। କଂଗ୍ରେସ ଏବଂ ବହୁଜନ ସମାଜ ପାର୍ଟିର ସମର୍ଥକଙ୍କ ଭୋଟ୍ ମଧ୍ୟ ହାତେଇବାକୁ ସପା ଲକ୍ଷ୍ୟ ରଖିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/654h654fhf65h4fh65sfh.jpg)