ଦୁବାଇ: ବିଶ୍ବର ୫୦ ଜଣ ବୈଜ୍ଞାନିକଙ୍କ ଏକ ଦଳ କହିଛନ୍ତି ଯେ ପ୍ରତି ଦଶନ୍ଧିରେ ୦.୨ ଡିଗ୍ରି ହାରରେ ସମ୍ପ୍ରତି ବିଶ୍ବ ତାପମାତ୍ରା ବୃଦ୍ଧି ପାଉଛି। ୨୦୧୩ରୁ ୨୦୨୨ ପର୍ଯ୍ୟନ୍ତ ମାନବୀୟ କାର୍ଯ୍ୟକଳାପ ଯୋଗୁ ତାପମାତ୍ରା ବୃଦ୍ଧି ପାଇଛି, ଯାହା ବିଶ୍ବ ପାଇଁ ଚିନ୍ତାଜନକ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଆମେ ଏପର୍ଯ୍ୟନ୍ତ ୧.୫ ସେଲସିୟସ ଉତ୍ତାପ ବୃଦ୍ଧି ସ୍ତରରେ ପହଞ୍ଚି ନ ଥିବା ବେଳେ ଆଉ କିଛି ବର୍ଷ ଭିତରେ ଆମର କାର୍ବନ ବଜେଟ ଶେଷ ହୋଇଯିବ ବୋଲି କହିଛନ୍ତି ଲିଡ୍ସ ବିଶ୍ବବିଦ୍ୟାଳୟର ପଦାର୍ଥବିଜ୍ଞାନ ପ୍ରଫେସର ତଥା ମୁଖ୍ୟ ଲେଖକ ପିୟର୍ସ ଫଷ୍ଟର।
/sambad/media/post_attachments/wp-content/uploads/2023/06/gd654jg65d4g65jgdj.jpg)
ଜାତିସଂଘର ଜଳବାୟୁ ବିଜ୍ଞାନ ଉପଦେଷ୍ଟା କମିଟି ଆଇପିସିସି (ଅନ୍ତର୍ଜାତୀୟ ଜଳବାୟୁ ପରିବର୍ତ୍ତନ ପ୍ୟାନେଲ) ଏହାର ସଦ୍ୟ ବେଞ୍ଚମାର୍କ ରିପୋର୍ଟ ୨୦୨୧ ପାଇଁ ତଥ୍ୟ ସଂଗ୍ରହ କରିବା ପରଠାରୁ ବଜେଟ ଅଧା ଶେଷ ହୋଇସାରିଲାଣି ବୋଲି ଫଷ୍ଟର ଓ ତାଙ୍କ ସହଯୋଗୀମାନେ କହିଛନ୍ତି। ସଦ୍ୟତମ ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ପୃଥିବୀ ଏପରି ଜଳବାୟୁଜନିତ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛି ଯାହାକୁ ଆଉ ପଛକୁ ଫେରାଇ ହେବ ନାହିଁ। ପ୍ୟାରିସ ଜଳବାୟୁ ଚୁକ୍ତି ସମୟରେ ବିଶ୍ବ ତାପମାତ୍ରାକୁ ଯେଉଁ ସ୍ତରରେ ସୀମିତ ରଖିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ସେହି ଲକ୍ଷ୍ୟ ହାସଲ କରିବାକୁ ହେଲେ ୨୦୩୫ ସୁଦ୍ଧା ୨୦୧୯ ତୁଳନାରେ ସବୁଜଗୃହ ବାଷ୍ପ ନିର୍ଗମନକୁ ୬୦ ପ୍ରତିଶତ ହ୍ରାସ କରିବାକୁ ହେବ। ୨୦୧୮ରୁ ଜାରି ୬ଟି ରିପୋର୍ଟରେ ଏହି ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ନ ଥିଲା। ଚଳିତବର୍ଷ ଦୁବାଇଠାରେ ଗୁରୁତ୍ବପୂର୍ଣ୍ଣ କୋପ୍୨୮ ପରିବେଶ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଶ୍ବନେତାମାନଙ୍କୁ ଏହି ନୂଆ ତଥ୍ୟ ଉପରେ ବିଚାରବିମର୍ଶ କରିବାକୁ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/World-Temperature-Increasing_Punashcha-Pruthibi_Thumbnail.jpg)
