ଲଦାଖରେ ଚୀନର ଭିତ୍ତିଭୂମି ନିର୍ମାଣ ଏକ ଚିନ୍ତାଜନକ କଥା : ଆମେରିକୀୟ ଜେନେରାଲ

ନୂଆଦିଲ୍ଲୀ : ଚୀନ ପକ୍ଷରୁ ଲଦାଖରେ  ନିର୍ମାଣ କରାଯାଉଥିବା ଭିତ୍ତିଭୂମି ନିର୍ମାଣ ଏକ ଚିନ୍ତାଜନକ ବିଷୟ ବୋଲି କହିଛନ୍ତି ଆମେରିକାର ଜଣେ ବରିଷ୍ଠ ସୈନ୍ୟ କମାଣ୍ଡର ।

ଆମେରିକୀୟ ସେନାର ପାସିଫିକ କମାଣ୍ଡର ଜେନେରାଲ ଚାର୍ଲସ ଫ୍ଲାଇନ କହିଛନ୍ତି ଯେ ଲଦାଖରେ ଚୀନ ପକ୍ଷରୁ କରାଯାଉଥିବା ନିର୍ମାଣ ଆଖି ଖୋଲିଦେବା ଭଳି । ଏହା ଅସ୍ଥିରତା ଓ ବିବାଦ ସୃଷ୍ଟି କଲାଭଳି କାର୍ଯ୍ୟ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଦୁଇ ଦେଶ ମଧ୍ୟରେ ଚାଲିଥିବା କଥାବାର୍ତ୍ତା ବିବାଦର ସମାଧାନ ପାଇଁ ଜରୁରୀ । କିନ୍ତୁ ସେମାନଙ୍କ ଆଚରଣ ମଧ୍ୟ ଗୁରୁତ୍ବପୂର୍ଣ୍ଣ, କାରଣ ସେମାନେ ଗୋଟିଏ ପଟେ ଆଲୋଚନା କରୁଛନ୍ତି, ଅନ୍ୟପଟେ ନିର୍ମାଣ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଚୀନ ପକ୍ଷରୁ ପେଙ୍ଗୋଙ୍ଗ ହ୍ରଦ ଉପରେ ଏକ ଦୁଇଟି ପୋଲ ନିର୍ମାଣ କରାଯାଇଛି । ୨ୟ ପୋଲ ସମ୍ପର୍କରେ ଗତ ମାସରେ ଉପଗ୍ରହ ଚିତ୍ରରୁ ଜଣାପଡ଼ିଥିଲା । ଏହି ୨ୟ ପୋଲଟି ପ୍ରଥମଟି ତୁଳନାରେ ବଡ଼ ଓ ଅଧିକ ମଝବୁତ । ଭାରି ଯୁଦ୍ଧ ଯାନ ଯାତାୟାତ ପାଇଁ ଚୀନ ଏହାକୁ ନିର୍ମାଣ କରିଥିବା ବିଶେଷଜ୍ଞମାନେ ସଂଦେହ କରୁଛନ୍ତି । ଏପରିକି ଏହି ପୋଲ ଦ୍ବାରା ଟ୍ୟାଙ୍କ ମଧ୍ୟ ଯାଇପାରିବ ବୋଲି କୁହାଯାଉଛି । ଗତ ବର୍ଷ ପେଙ୍ଗାଙ୍ଗ ହ୍ରଦରେ ନିଜର ପ୍ରଥମ ପୋଲ ନିର୍ମାଣ କରିବା ପରେ ଚୀନ ହଟ ସ୍ପ୍ରିଙ୍ଗ ଅଞ୍ଚଳରେ ଭାରତୀୟ ଅଂଚଳକୁ ଲାଗି ୩ଟି ମୋବାଇଲ ଟାଓ୍ବାର ନିର୍ମାଣ କରିଥିଲା ।

ସମ୍ବନ୍ଧିତ ଖବର