ତିରାନା : ଆଲବାନିଆରେ ଗତ ମଙ୍ଗଳବାର ଦିନ ହୋଇଥିବା ୬.୪ ତୀବ୍ରତାର ଭୂକମ୍ପ ଯୋଗୁଁ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୫,୦୦୦ ଲୋକ ବାସହରା ହୋଇ ଯାଇଛନ୍ତି। ଗତ ମଙ୍ଗଳବାର ସକା‌ଳେ ଆଲବାନିଆ ରାଜଧାନୀ ତିରାନାଠାରୁ ୩୬ କିମି ଦୂର ଡୁରେସ୍‌ ସିଟିରେ ଭୂକମ୍ପ ଆତଙ୍କ ଖେଳାଇ ଦେଇଥିଲା। ତେବେ ଗତ ୪୦ ବର୍ଷ ମଧ୍ୟରେ ୟୁରୋପୀୟ ଦେଶ‌ରେ ଏଭଳି ଭୂକମ୍ପ ହୋଇନଥିଲା।

Advertisment