ତିରୁବନନ୍ତପୁରମ୍: ଉତ୍ତରପ୍ରଦେଶ ସରକାରଙ୍କ ଆୟର ଏକ ପ୍ରମୁଖ ଅଂଶ କୃଷିରୁ ଆସିଥାଏ । ପଶ୍ଚିମବଙ୍ଗ ଏହାର ଉତ୍ପାଦନରୁ ପ୍ରାୟ ୪୦ ପ୍ରତିଶତ ରୋଜଗାର କରିଥାଏ । ସେହିଭଳି, ଅନ୍ୟ ରାଜ୍ୟ ମଧ୍ୟ ବିଭିନ୍ନ ସ୍ଥାନରୁ ରୋଜଗାର କରି ରାଜସ୍ୱ ଅର୍ଜନ କରିଥାଏ । ଏହାରି ଭିତରେ ସୂଚନା ମିଳିଛି ଯେ, ପ୍ରାୟ ୨୫ ପ୍ରତିଶତ ରାଜସ୍ୱ ମଦ ଏବଂ ଲଟେରୀ ବିକ୍ରିରୁ ଆସିଥାଏ । ଏହା ସହ କେରଳର ଲୋକମାନେ କାମ କରିବା ପାଇଁ ବିଦେଶ ଯାଇ ସେଠାରୁ ଦେଶକୁ ଟଙ୍କା ପଠାନ୍ତି | ଯେଉଁଥିରୁ ରାଜ୍ୟ ୩୦ ପ୍ରତିଶତ ରାଜସ୍ୱ ପାଇଥାଏ । ଯଦି ଲୋକେ ବିଦେଶ ଯାଇ ଟଙ୍କା ପଠାଇବା ବନ୍ଦ କରିଦିଅନ୍ତି ତେବେ କେରଳକୁ ରାଜସ୍ବ ଅର୍ଜନ କରିବା ପାଇଁ କେବଳ ମଦ ଏବଂ ଲଟେରୀ ବିକ୍ରି ଉପରେ ନିର୍ଭର କରିବାକୁ ହେବ |
ସୂଚନା ମୁତାବକ, ଆର୍ଥିକ ବର୍ଷ ୨୦୨୩-୨୪ରେ କେବଳ ମଦ ଏବଂ ଲଟେରୀ ଟିକେଟ ବିକ୍ରି କରି କେରଳ ମୋଟ ୩୧,୬୧୮.୧୨ କୋଟି ଟଙ୍କା ରାଜସ୍ବ ଅର୍ଜନ କରିଛି । ମଦ ବିକ୍ରିରୁ ୧୯,୦୮୮.୮୬ କୋଟି ଏବଂ ଲଟେରୀ ଟିକେଟ ବିକ୍ରିରୁ ୧୨,୫୨୯.୨୬ କୋଟି ଆୟ ହୋଇଥିବା ରେକର୍ଡ କରାଯାଇଛି ।
ଏଠାରେ ବିଜେପି ଥରେ ବି ସରକାର ଗଠନ କରିପାରି ନାହିଁ । ବିଜେପି କଥା ଏଥିପାଇଁ କୁହାଯାଉଛି କାରଣ, ଦୀର୍ଘ ଦିନ ଧରି ଗୁଜରାଟରେ ବିଜେପି ସରକାର ଅଛି ଏବଂ ସେଠାରେ ମଦ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/25/jF6ofFcQCPzFZDqSQYOu.jpg)