ଓ୍ଵାଚ୍‌ମ୍ୟାନ୍‌ ସିଗାରେଟ୍‌ ଆଣି ନ ଦେବାରୁ ହଙ୍ଗାମା କରିବା ଆରମ୍ଭ କରିଦେଲେ, ପୁଲିସ ଆସି ଗିରଫ କରିବାରୁ ଆଶ୍ଚର୍ଯ୍ୟ କଲା ଭଳି କାମ କଲେ ଯୁବତୀ

ମୁମ୍ବାଇ: ମୁମ୍ବାଇର ଓଶିଓ୍ଵାରା ଅଞ୍ଚଳରେ ଜଣେ ଯୁବତୀଙ୍କ ହାଇ ଭୋଲ୍‌ଟେଜ୍‌ ଡ଼୍ରାମା ଦେଖିବାକୁ ମିଳିଛି । ନିଶାଗ୍ରସ୍ତ ହୋଇ ଯୁବତୀଜଣଙ୍କ ଯେଉଁ କାମ କରିଥିଲେ ତାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏହା ସହ ଯୁବତୀଙ୍କ କିଛି ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖାଯାଇଛି ।

ସୂଚନା ମୁତାବକ, ଘଟଣାଟି ଅକ୍ଟୋବର ୨୫ ରାତି ସମୟରେ ଘଟିଥିଲା । ଯୁବତୀ ଜଣକ ନିଶାଗ୍ରସ୍ତ ହୋଇ ରହୁଥିବା ବିଲ୍‌ଡ଼ିଂର ଓ୍ଵାଚ୍‌ମ୍ୟାନ୍‌ଙ୍କୁ ସିଗାରେଟ୍‌ ଆଣିବା ପାଇଁ କହିଥିଲେ । କିନ୍ତୁ ଓ୍ଵାଚ୍‌ମ୍ୟାନ୍‌ ଆଣିବା ପାଇଁ ମନା କରିବାରୁ ରାଗରେ ପାଖରେ ଥିବା ଜିନିଷ ଭାଙ୍ଗିବା ସହ ହଙ୍ଗାମା ଆରମ୍ଭ କରିଥିଲେ । ଏହା ଦେଖି ଓ୍ଵାଚ୍‌ମ୍ୟାନ୍‌ ପୁଲିସକୁ ଖବର ଦେବା ପରେ ପୁଲିସ ସେଠାରେ ପହଞ୍ଚି ଯୁବତୀକୁ ପୁଲିସ ଷ୍ଟେସନ ନେବା ପାଇଁ ବସିଥିଲା । କିନ୍ତୁ ଏହି ସମୟରେ ପୁଲିସ ସହ ନ ଯିବା ପାଇଁ ଯୁବତୀ ପିନ୍ଧିଥିବା ପୋଷାକ କାଢ଼ି ଦେଇଥିଲେ । ପୁଲିସ କୌଣସି ମହିଳା କନେଷ୍ଟବଳଙ୍କୁ ସାଥୀରେ ନେଇ ଯାଇ ନଥିବାରୁ ଯୁବତୀଙ୍କୁ ପୁଲିସ ଷ୍ଟେସନ ଆଣି ପାରି ନଥିଲା । ଅନ୍ୟ ପକ୍ଷରେ ଏହି ଡ଼୍ରାମା ପରେ ଦୁଇ ପକ୍ଷରୁ ଏତଲା ଦିଆଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର