ଅମରନାଥ ଯାତ୍ରୀଙ୍କ ଉପରେ ଜୈସ୍‌ର ଆକ୍ରମଣ ଯୋଜନା

ଶ୍ରୀନଗର : ଆସନ୍ତା ଜୁଲାଇ ୧ରୁ ଆରମ୍ଭ ‌ହେଉଛି ଅମରନାଥ ଯାତ୍ରା। ୪୬ ଦିନର ବାର୍ଷିକ ଅମଥରନାଥ ଯାତ୍ରା ଅଗଷ୍ଟ ୧୫ ତାରିଖରେ ସରିବ। ଅମରନାଥ ଯାତ୍ରା ଅବସରରେ ଏବେ ଜମ୍ମୁ କଶ୍ମୀରରେ ସୁରକ୍ଷା ସ୍ଥିତି କଡ଼ାକଡ଼ି କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ୨ ଦିନ ଜମ୍ମୁ କଶ୍ମୀର ଗସ୍ତ କରି ଅମରନାଥ ଯାତ୍ରା ପାଇଁ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ତେବେ ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଜମ୍ମୁ କଶ୍ମୀରର ବାଲତାଲ୍ ମାର୍ଗରେ ଅମରନାଥ ଯାତ୍ରୀଙ୍କ ଉପରେ ଜୈସ-ଇ-ମହମ୍ମଦ (ଜେଇଏମ) ଆତଙ୍କବାଦୀମାନେ ଆକ୍ରମଣ ଯୋଜନା କରୁଛନ୍ତି। ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଏବଂ ଅମରନାଥ ଯାତ୍ରୀଙ୍କ ଗାଡ଼ିକୁ ଟାର୍ଗେଟ୍‌ କରିପାରନ୍ତି ବୋଲି ଜଣାପଡ଼ିଛି। ଗୁରେଜ୍‌ ସେକ୍ଟର ଏଲ୍‌ଓସି ନିକଟରେ ରହିଥିବାରୁ ଏହି ଅଞ୍ଚଳକୁ ବିପଦପୂର୍ଣ୍ଣ ମ‌ନେ କରାଯାଉଛି। ତେବେ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ମିଳିବା ପରେ ସୁରକ୍ଷାବାହିନୀ ପକ୍ଷରୁ ପହଲଗମ୍‌ ଏବଂ ବାଲତାଲ୍‌ ରୁଟ୍‌ରେ ହାଇ ଆଲର୍ଟ ଜାରି ହୋଇଛି। ଏହି ଅଞ୍ଚଳରେ ସୁରକ୍ଷା ସ୍ଥିତିକୁ ବଢ଼ାଇ ଦିଆଯାଇଛି।‌

ସମ୍ବନ୍ଧିତ ଖବର