ଯୋଗୀ ସରକାରଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ ଝଟକା, ସିଏଏ ବିରୋଧୀ ହିଂସା ଅଭିଯୁକ୍ତଙ୍କ ପୋଷ୍ଟର ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାରଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ ଝଟକା ଲାଗିଛି | ନାଗରିକତା ସଂଶୋଧନ ଆଇନର ବିରୋଧରେ ଲକ୍ଷ୍ନୗରେ ଭଙ୍ଗାରୁଜା ଓ ହିଂସା କରିଥିବା ଅଭିଯୁକ୍ତଙ୍କ ପୋଷ୍ଟର ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି | ମୁଖ୍ୟବିଚାରପତି  ଗୋବିନ୍ଦ ମାଥୁର ଓ ନ୍ୟାୟମୂର୍ତ୍ତି ରମେଶ ସିହ୍ନାଙ୍କ  ସ୍ୱତନ୍ତ୍ର ବେଞ୍ଚ ଏହି ମାମଲାରେ ଗତକାଲି ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ | ଆଜି କୋର୍ଟ ସେ ବାବଦରେ ରାୟ ଶୁଣାଇଛନ୍ତି |

photo-news18.com

ଶୁଣାଣି ସମୟରେ ଉତ୍ତରପ୍ରଦେଶ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଅଦାଲତଙ୍କ ନୋଟିସ ପରେ ମଧ୍ୟ ଭଙ୍ଗାରୁଜା କରିଥିବା ବ୍ୟକ୍ତିମାନେ ଉପସ୍ଥିତ ହେଉ ନଥିଲେ | ସେଥିପାଇଁ ସାର୍ବଜନିକ ଭାବରେ ସେମାନଙ୍କ ପୋଷ୍ଟର ଲଗାଇବାକୁ ପଡିଥିଲା | କୋର୍ଟ ଏହାକୁ ନେଇ ପ୍ରଶ୍ନ କରିଥିଲେ ଯେ ଏଭଳି କିଛି ଆଇନ ଅଛି କି ଯେଉଁଠି ସାର୍ବଜନିକ ଭାବେ ପୋଷ୍ଟର ଲଗାଯିବା ଭଳି ପଦକ୍ଷେପକୁ ସ୍ବୀକୃତି ଦେଉଛି |

ଏଠାରେ ସୂଚନା ଥାଉ କି ଡିସେମ୍ବର ମାସରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ହିଂସାକାଣ୍ଡରେ ଲିପ୍ତ ଥିବା ଅଭିଯୁକ୍ତଙ୍କ ପରିଚୟ ଜାଣିବା ପାଇଁ ଲକ୍ଷ୍ନୗର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା, ଯାହାକୁ ନେଇ କୋର୍ଟ କହିଛନ୍ତି ଯେ ସେହି ବ୍ୟକ୍ତିଙ୍କର ବିନା ଅନୁମତିରେ ତାଙ୍କର ଫଟୋ ବ୍ୟବହାର କରାଯାଇପାରିବନାହିଁ |

ସମ୍ବନ୍ଧିତ ଖବର