ପାକିସ୍ତାନ : ଜାଭେଦ ଅଖତରଙ୍କ ପାକିସ୍ତାନ ବିରୋଧୀ ମନ୍ତବ୍ୟକୁ ଅଭିନେତା ଅଲି ଜାଫର ନିନ୍ଦା କରିଛନ୍ତି। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀମାନେ ପାକିସ୍ତାନରେ ମୁକ୍ତ ଭାବରେ ବୁଲୁଥିବା ନେଇ ଲାହୋରରେ ଏକ କାର୍ଯ୍ୟକ୍ରମରେ ଜାଭେଦ ଅଖତର କହିବା ପରେ ଏହାକୁ ନେଇ ପାକିସ୍ତାନରେ ତମ୍ବିତୋଫାନ ସୃଷ୍ଟି ହୋଇଛି । ଏହି ବୟାନକୁ ଭାରତରେ ପ୍ରଶଂସା କରାଯାଉଥିବା ବେଳେ ଅଲି ଜାଫର ତାଙ୍କ ଭାଷଣକୁ ସମ୍ବେଦନଶୀଳ ବୋଲି କହିଛନ୍ତି।

Advertisment

ଇନଷ୍ଟାଗ୍ରାମରେ ଅଲି ଲେଖିଛନ୍ତି,‘ମୁଁ ଜଣେ ଗର୍ବିତ ପାକିସ୍ତାନୀ ଏବଂ ସ୍ୱାଭାବିକ ଭାବରେ କୌଣସି ପାକିସ୍ତାନୀ ନିଜ ଦେଶ କିମ୍ବା ଲୋକଙ୍କ ବିରୋଧରେ ‌କୌଣସି ବିବୃତିକୁ ପ୍ରଶଂସା କରିବେ ନାହିଁ। ଆତଙ୍କବାଦୀଙ୍କ ଦ୍ବାରା ପାକିସ୍ତାନ କେତେ ଯନ୍ତ୍ରଣା ଭୋଗିଛି ତାହା ସମସ୍ତେ ଜାଣନ୍ତି। ଜାଭେଦଙ୍କ ଏଭଳି ମନ୍ତବ୍ୟ ବହୁସଂଖ୍ୟକ ଲୋକଙ୍କ ଭାବନାକୁ ଗଭୀର ଭାବେ ଆଘାତ ଦେଇପାରେ।’