କୌଣସି ହୋଟେଲ ନୁହେଁ, ନିଜ ଘରେ ଛୋଟ ଭୋଜିର ଆୟୋଜନ କରିଛନ୍ତି ରଣବୀର-ଆଲିଆ

ମୁମ୍ବାଇ: ନିରାଡମ୍ବରରେ ବିବାହ କରିବା ପରେ ଏବେ ବଡ଼ ଆକାରରେ ବିବାହ ଭୋଜି ଦେବେ ନାହିଁ ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ। ଏ ନେଇ ରଣବୀରଙ୍କ ମା’ ନିତୁ କପୁର ସ୍ପଷ୍ଟ କରିଛନ୍ତି। ଏପ୍ରିଲ ୧୪ରେ ଦୁହେଁ ବିବାହ କରିଥିବା ବେଳେ ଆଜି ବିବାହ ଭ‌ୋଜି ଦେବେ। ପୂର୍ବରୁ  ବିବାହ ଭୋଜି ପାଇଁ ମୁମ୍ବାଇର ତାଜ୍ ହୋଟେଲ ବୁକ୍ କରାଯାଇଥିବା ଖବର ମିଳିଥିବା ବେଳେ ଏବେ ଦୁହିଁଙ୍କ ବିବାହ ଭୋଜିର ଆ‌ୟୋଜନ ମୁମ୍ବାଇସ୍ଥିତ ଘର ବାସ୍ତୁରେ ହେବ ବୋଲି ଜଣାପଡ଼ିଛି।

ବିବାହ ଦିନ କୌଣସି ବଡ଼ ଭୋଜି ଦିଆଯିବ ନାହିଁ ବୋଲି କହିଥିଲେ ନିତୁ କପୁର। ଆଜି ଆ‌ୟୋଜନ କରାଯାଇଥିବା ଭୋଜିରେ ଆଲିଆ-ରଣବୀରଙ୍କ ବନ୍ଧୁ ଓ କିଛି ବଲିଉଡ କଳାକାର ‌ଯୋଗ ଦେବେ ବୋଲି କୁହାଯାଉଛି। ‌

ଏହା ସହ ଦୁହେଁ ନିଜର ହଦିମୁନ ତାରିଖ ଘୁଞ୍ଚାଇ ଦେଇଥିବା ଜଣାପଡ଼ିଛି। ପୂର୍ବରୁ ଦୁହେଁ ବିବାହ ପରେ ପରେ ହନିମୁନ ପାଇଁ ଦକ୍ଷିଣ ଆଫ୍ରିକା ଯିବାର ଯୋଜନା କରିଥିଲେ। ମାତ୍ର ଏବେ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସେମାନେ ‌ସେମାନଙ୍କ ହନୁମୁନ୍‌ ଟ୍ରିପ୍‌କୁ କିଛି ଦିନ ପାଇଁ ଘୁଞ୍ଚାଇ ଦେଇଛନ୍ତି। କାରଣ ରଣବୀର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଅନ୍‌ମୋଲ୍‌’ର ସୁଟିଂକୁ ନେଇ ବ୍ୟସ୍ତ ଥିବା ବେଳେ ଆଲିଆ ତାଙ୍କର ‘ରକି ଔର୍‌ ରାନୀକି ପ୍ରେମ୍‌ କହାନୀ’ର ସୁଟିଂରେ ବ୍ୟସ୍ତ ରହିବେ। ଏହି କାରଣରୁ ଏହି ସୁପର୍‌ଷ୍ଟାର୍‌ ଦମ୍ପତି ନିଜର ହନିମୁନ୍‌ ଟ୍ରିପ୍‌କୁ ଏବେ ପାଇଁ ସ୍ଥଗିତ ରଖିଛନ୍ତି।

ତେବେ ପୂର୍ବରୁ ବିବାହର ଅନେକ ତାରିଖ ସାମ୍ନାକୁ ଆସିଥିଲା। ଦୁହେଁ କେଉଁ ତାରିଖରେ ବିବାହ କରିବେ ସେ ନେଇ ଅନେକ ଦ୍ବନ୍ଦ୍ବ ଉପୁଜିଥିବା ବେଳେ ଏପ୍ରିଲ ୧୩ରେ ରଣବୀରଙ୍କ ଭଉଣୀ ରିଧିମା କପୁର ବିବାହ ତାରିଖ ସ୍ପଷ୍ଟ କରିଥିଲେ। ମେହେନ୍ଦୀ ପାଇଁ ଆସୁଥିବା ବେଳେ ଏପ୍ରିଲ ୧୪ରେ ହିଁ ଆଲିଆ-ରଣବୀର ବିବାହ କରିବେ ବୋଲି ସେ ସମସ୍ତଙ୍କୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର