ଗ୍ବାଲିୟର: ମଧ୍ୟପ୍ରଦେଶର ଏକ ହସ୍ପିଟାଲରେ ଏଲିଏନ୍ (ଅନ୍ୟ ଗ୍ରହର ଜୀବ) ଭଳି ଦେଖାଯାଉଥିବା ଜଣେ ଶିଶୁକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଶିଶୁଟିକୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ତାକୁ ଅକ୍ସିଜେନରେ ରଖାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ, ଏହି ନବଜାତ କୋଲୋଡିୟନ୍ ନାମକ ରୋଗରେ ପୀଡ଼ିତ। ଏଥିରେ ଶରୀରର ଚର୍ମ ଅତି ବହଳ ହୋଇଯାଏ ଏବଂ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଥାଏ।
ଚାକଘାଟର ରାୟପୁର ସୋନାରୀ ଗାଁର ଏହି ନବଜାତ ଶିଶୁକୁ ମଧ୍ୟପ୍ରଦେଶର ରେୱାସ୍ଥିତ ସରକାରୀ ଗାନ୍ଧୀ ମେମୋରିଆଲ ହସ୍ପିଟାଲର ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ ୟୁନିଟ୍ରେ ଭର୍ତ୍ତି କରାଯାଇଛି। ଏହି ନବଜାତ ଶିଶୁ ଅନ୍ୟ ପିଲାଙ୍କଠାରୁ ଭିନ୍ନ । ତା’ର ରୂପ ଜଣେ ଏଲିଏନ୍ ଭଳି, ଯାହା ସମସ୍ତଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ନବଜାତ ଶିଶୁଟି ନିଶ୍ୱାସ ନେବାରେ କଷ୍ଟ ହେଉଥିବାରୁ ଏବେ ଅକ୍ସିଜେନ ସହାୟତାରେ ଅଛି ଏବଂ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଶିଶୁ ଯେଉଁ କୋଲୋଡିୟନ୍ ନାମକ ରୋଗର ଶିକାର ହୋଇଛି ତାହା ଉଭୟ ଜେନେଟିକ ଓ ଅଣ-ଜେନେଟିକ ମାଧ୍ୟମରେ ନବଜାତ ଶିଶୁକୁ ହୋଇପାରେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/25/rwet-2025-07-25-10-42-39.jpg)