ମଙ୍ଗଳଗ୍ରହରେ ନଜର ଆସିଲା ଏଲିଏନ୍ ଗୃହ ! ଫଟୋ ଛାଡ଼ିଲା ‘ନାସା’; କ’ଣ ସତରେ ସେଠାରେ ରହନ୍ତି ଏଲିଏନ୍?

ନୂଆଦିଲ୍ଲୀ: ମଙ୍ଗଳଗ୍ରହରେ ନଜର ଆସିଲା ଏଲିଏନଙ୍କ ଘର ! ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ବି ଜୀବମାନେ ବାସବାସ କରନ୍ତି ବୋଲି କୁହାଯାଉଛି । କିନ୍ତୁ ଏହି ବିଷୟରେ କାହାରି ପାଖରେ କୌଣସି ସୂଚନା କି ପ୍ରମାଣ ନାହିଁ। ସେହିଭଳି କିଛି ବ୍ୟକ୍ତି କହନ୍ତି ଯେ, ମଙ୍ଗଳରେ ଏମିତି ଏକ ଦ୍ୱାର ଅଛି ଯାହା ଭିତରେ ଏଲିଏନଙ୍କ ଦୁନିଆ ରହିଛି । ଏଲିଏନ୍ ମଣିଷମାନଙ୍କଠାରୁ ଲୁଚି ରହିଥାନ୍ତି। କିନ୍ତୁ ଅନେକ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହା ଏକ ଭ୍ରମ। ଏହା ମଙ୍ଗଳଗ୍ରହରେ ଥିବା କେବଳ ଏକ ଚିତ୍ର । ଏବେ ମଧ୍ୟ ମଙ୍ଗଳଗ୍ରହରେ ଜୀବନ ଖୋଜା ଚାଲିଛି ।

ଏଲିଏନଙ୍କ ଉପସ୍ଥିତି ଥିବାବେଳେ ଅନେକ ଲୋକ ଏହାକୁ ଗୁଜବ ବୋଲି କହନ୍ତି । ଏହା ପଛର କାରଣ ହେଉଛି ଯଦି ପ୍ରକୃତରେ ଏଲିଏନ୍ ଅଛନ୍ତି, ତେବେ ସେମାନେ ନିଶ୍ଚିତ ଭାବରେ ଦେଖା ଦିଅନ୍ତେ । ତଥାପି, ଏହାର ଅନେକ ପ୍ରମାଣ ପୃଥିବୀରେ ଦେଖିବାକୁ ମିଳିଛି । ନିକଟରେ ‘ନାସା’ ଏକ ଫଟୋ ସେୟାର କରିଛି, ଯାହା ଦେଖିବା ପରେ ମଙ୍ଗଳ ଗ୍ରହରେ ପରଗ୍ରହଜୀବୀ ଅଛନ୍ତି ଏବଂ ସେମାନେ ଗୋପନରେ ରହିଥାନ୍ତି । ଅନେକ ଦେଶ ମଙ୍ଗଳ ଏବଂ ଚନ୍ଦ୍ରରେ ଜୀବନର ସନ୍ଧାନରେ ବୁଲୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସଫଳତା ହାସଲ କରିନାହାନ୍ତି । ତେବେ ସମସ୍ତେ ଆଶା କରୁଛନ୍ତି ଯେ, ଦିନେ ଏହି ରହସ୍ୟର ସମାଧାନ ହେବ । କିଛିଦିନ ତଳେ ଜଣାପଡିଥିଲା ଯେ, ପୃଥିବୀରେ ଏଲିଏନ୍ ଉପସ୍ଥିତ ଅଛନ୍ତି, ସେମାନେ ସମୁଦ୍ରରେ ଲୁଚି ରହୁଛନ୍ତି । ପୁଣି କିଛି ଲୋକ ବିଶ୍ୱାସ କରନ୍ତି ଯେ, ଆମେରିକାକୁ ଏଲିଏନଙ୍କ ବିଷୟରେ ଜଣାଅଛି ଏବଂ ଏହା ଉପରେ ସେମାନେ ଅନୁସନ୍ଧାନ କରୁଛନ୍ତି ।

ଏହି ଫଟୋ ‘ନାସା’ର ମାର୍ସ ରୋଭର ‘କ୍ୟୁରିଓସିଟି’ରେ ଲଗାଯାଇଥିବା ମାଷ୍ଟକୌମରୁ ନିଆଯାଇଛି । ଏହା ଗ୍ରହର ଏକ ଜିଓଲୋଜିକାଲ ଫିଚରକୁ ଦର୍ଶାଉଛି, ଯାହା ଗ୍ରୀନେଗ୍ ପେଡିମେଣ୍ଟ୍ (Greenheugh Pediment) ଭାବରେ ଜଣାଶୁଣା । ଲୋକଙ୍କ ବିଶ୍ୱାସ ଯେ, ଏଠାରେ ଏକ ଦ୍ୱାର ରହିଛି ଯେଉଁଠାରେ ପରଗ୍ରହଜୀବୀମାନେ ବାସକରନ୍ତି । ଏହି ଚିତ୍ର ଦେଖିବା ପରେ ଏହା ଏକ ଗୁପ୍ତ ଗୁମ୍ଫା ବୋଲି ଦାବି କରୁଛନ୍ତି ଅନେକ ଗବେଷକ । କିନ୍ତୁ ପ୍ରଶ୍ନ ହେଉଛି, ଏହା ସତ କି?

ସୂଚନା ଅନୁଯାୟୀ, ମଙ୍ଗଳଗ୍ରହରେ ଦେଖାଯାଇଥିବା ଏହି ଚିତ୍ର ବିଭ୍ରାନ୍ତିକର ହୋଇପାରେ । ଯଦିଓ କେତେକ ଏହାକୁ ଏକ ପ୍ରବେଶ ପଥ ଭାବରେ ଭାବିପାରନ୍ତି, ଏହା ପଥର ମଧ୍ୟରେ ଏକ ଫାଙ୍କ, ଯାହା କିଛି ସେଣ୍ଟିମିଟର ଚଉଡ଼ା ହୋଇପାରେ । ବିଶେଷ କଥା ହେଉଛି ଏହି ଚିତ୍ର ସେହି ବସ୍ତୁର ଆକାର ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଉନାହିଁ ।

ସମ୍ବନ୍ଧିତ ଖବର