ଆଲିଗଡ଼ : ମଙ୍ଗଳବାର ସକାଳେ ଉତ୍ତରପ୍ରଦେଶର ଆଲିଗଡ଼-କାନପୁର ରାଜପଥର (ଜାତୀୟ ରାଜପଥ ୩୪) ଗୋପୀ ଓଭରବ୍ରିଜରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏକ କାର ଡିଭାଇଡର୍ ପାର ହୋଇ ସାମ୍ନା ପାଖରୁ ଆସୁଥିବା ଏକ ମିନି ଟ୍ରକ ସହିତ ଧକ୍କା ହେବା ଫଳରେ କାରରେ ଥିବା ଚାରି ଜଣ ଏବଂ ମିନିଟ୍ରକରେ ଥିବା ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳା ଅଛନ୍ତି । କାରରେ ଥିବା ଜଣେ ବ୍ୟକ୍ତିକୁ ଲୋକମାନେ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛନ୍ତି।

Advertisment

Screenshot 2025-09-23 092248

ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ଭୁଲ ପାର୍ଶ୍ୱରୁ ଆସି ଡିଭାଇଡର୍ ପାର ହେଉଥିବା ସମୟରେ କାରଟି ମିନିଟ୍ରକ ସହିତ ଧକ୍କା ହୋଇଥିଲା। ସକାଳ ପ୍ରାୟ ୫.୪୫ଟାରେ ଆକ୍ରବାଦ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ଅଗ୍ନିଶମ ଗାଡ଼ି ମଧ୍ୟ ବହୁତ ବିଳମ୍ବରେ ପହଞ୍ଚିଥିଲା। କାରଟି ଆଲିଗଡ଼ରୁ କାନପୁର ଅଭିମୁଖେ ଯାତ୍ରା କରୁଥିଲା। ଦୁର୍ଘଟଣାର କାରଣ ଡ୍ରାଇଭର ଶୋଇପଡ଼ିବା କିମ୍ବା ଭାରସାମ୍ୟ ହରାଇବା ବୋଲି ଅନୁମାନ କରାଯାଉଛି। ମୃତଦେହଗୁଡ଼ିକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ଏସ୍ ପି ଗ୍ରାମୀଣ ଅମୃତ ଜୈନ ଏବଂ ନିକଟବର୍ତ୍ତୀ ପୋଲିସ ଷ୍ଟେସନର ଫୋର୍ସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।