ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ରାଜ୍ୟର ବିଭିନ୍ନ ପ୍ରମୁଖ ସହରର ନାମ ପରିବର୍ତ୍ତନ କରିବାରେ ରେକର୍ଡ କରିସାରିଲାଣି ।

Advertisment

୨୦୧୯ ଜାନୁୟାରିରେ ଆଲାହାବାଦରେ କୁମ୍ଭ ମେଳା ଆରମ୍ଭ ହେବାର କିଛି ମାସ ପୂର୍ବରୁ ଆଲାହାବାଦର ନାମକରଣ କରି  ‘ପ୍ରୟାଗରାଜ’ ରଖାଯାଇଥିଲା । ଏବେ ‘ଆଲିଗଡ଼’ର ନାମ ପରିବର୍ତ୍ତନ କରି ସହରର ନାମ ‘ହରିଗଡ଼’ ରଖିବାକୁ ଦିଆଯାଇଥିବା ପ୍ରସ୍ତାବ ପାସ ହୋଇଯାଇଛି। ଏଣିକି ଏହି ନିଷ୍ପତ୍ତିରେ ମୋହର ଲାଗିବାର ଅପେକ୍ଷା ରହିଛି।

ଆଲିଗଡ଼ର ମେୟର ପ୍ରଶାନ୍ତ ସିଙ୍ଘଲ ମଙ୍ଗଳବାର ‌କହିଛନ୍ତି, ‘ଏକ ବୈଠକରେ ଆଲିଗଡ଼ର ନାମ ବଦଳାଇ ହରିଗଡ଼ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏନେଇ ସମସ୍ତ କାଉନସିଲର ସହମତି ଜଣାଇଥିଲେ।

ଏଣିକି ଏହି ପ୍ରସ୍ତାବକୁ ପ୍ରଶାସନଙ୍କ ନିକଟରୁ ପଠାଯିବ। ଆମାର ଆଶା କି ପ୍ରଶାସନ ଏହି ପ୍ରସ୍ତାବକୁ ବୁଝିବେ ଓ ଆଲିଗଡ଼ର ନାମ ବଦଳାଇ ହରିଗଡ଼ ରଖିବାର ଦାବିକୁ ପୂରଣ କରିବେ। ଏହି ଦାବି ଅନେକ ଦିନରୁ ହୋଇଆସୁଛି। ତାଲାନଗରୀର ନାମ ବଦଳାଇବାର ପ୍ରସ୍ତାବ ବିଜେପି କାଉନସିଲର ସଞ୍ଜୟ ପଣ୍ଡିତଙ୍କ ପରାମର୍ଶରେ ପାରିତ କରାଯାଇଛି।’

ଆଲିଗଡ ଉତ୍ତରପ୍ରଦେଶର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ କେନ୍ଦ୍ର ଏବଂ ଏହା ତାଲା ଇଣ୍ଡଷ୍ଟ୍ରି ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ଆଲିଗଡ ତାଲା ସମଗ୍ର ବିଶ୍ୱରେ ରପ୍ତାନି ହୁଏ। ଏହା ବ୍ୟତୀତ ଆଲିଗଡ ନିଜର ପିତ୍ତଳର ହାର୍ଡୱୟାର ଏବଂ ମୂର୍ତ୍ତି ପାଇଁ ବି ପ୍ରସିଦ୍ଧ  ରହିଛି|।

ଆଲିଗଡ ମଧ୍ୟ ଦେଶର ଏକ ପ୍ରମୁଖ ଶିକ୍ଷା କେନ୍ଦ୍ର ଅଟେ। ଏଠାରେ ୧୦୦ ରୁ ଅଧିକ ବିଦ୍ୟାଳୟ, କଲେଜ ଏବଂ ଶିକ୍ଷାନୁଷ୍ଠାନ ଅଛି | ଯେଉଁଥିରେ ଆଲିଗଡ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ମଧ୍ୟ ଅନ୍ତର୍ଭୁକ୍ତ  ରହିଛି।