ଅଲ୍‌ କାଏଦା ଆକ୍ରମଣରେ ୮ ମୃତ

ୟେମେନ ସୁରକ୍ଷା କାର୍ଯ୍ୟାଳୟରେ ବିସ୍ଫୋରଣ

ଆଦେନ(ୟେମେନ): ୟେମେନ ସରକାରଙ୍କ ଆଦେନ ସ୍ଥିତ ସୁରକ୍ଷା ବାହିନୀର ମୁଖ୍ୟ କାର୍ଯ୍ୟାଳୟରେ ଅଲ୍‌-କାଏଦାର ଆତ୍ମଘାତୀ କାର୍‌ ବୋମା ବିସ୍ଫୋରଣରେ ୮ ଜଣ ସୁରକ୍ଷା ଅଧିକାରୀଙ୍କର ମୃତ୍ୟୁ ଘଟିଛି। ପ୍ରଥମ ବୋମାଟି କାର୍ଯ୍ୟାଳୟ ବାହାରେ ବିସ୍ଫୋରିତ ହୋଇଥିବା ବେଳେ ଦ୍ୱିତୀୟ ବୋମାଟିକୁ ଜଣେ ଆତ୍ମଘାତୀ କାର୍ଯ୍ୟାଳୟ ଭିତରେ ହିଁ ଫୁଟାଇ ନିଜକୁ ଉଡ଼ାଇଦେଇଥିଲା। ବିସ୍ଫୋରଣ ପରେ ସେଠାରେ ଘମାଘୋଟ ଲଢ଼େଇ ଦେଖାଦେଇଛି। ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦାର ଆଦେନ ଓ ଓ୍ଵିଲାୟାହ ଶାଖା ଏଥିପାଇଁ ନିଜକୁ ଅନ୍‌ଲାଇନ୍‌ରେ ଦାୟୀ କରିଛି। ଉଲ୍ଲେଖ ଥାଉ କି ଗୃହଯୁଦ୍ଧ ଉପଦ୍ରୁତ ୟେମେନରେ ୨୦୧୫ ପରେ ସରକାରୀ ସେନା ସହିତ ମିଶି ସାଉଦି ଆରବ ଏବଂ ସହଯୋଗୀ ରାଷ୍ଟ୍ର ବିଦ୍ରୋହୀମାନଙ୍କ ବିପକ୍ଷରେ ଲଢ଼େଇ କରିବା ପରଠାରୁ ୮,୬୦୦ ଜଣଙ୍କର ମୃତ୍ୟୁ ହୋଇସାରିଲାଣି।

ସମ୍ବନ୍ଧିତ ଖବର