ହିମାଚଳ ପ୍ରଦେଶ : ସୁରକ୍ଷିତ ଉଦ୍ଧାର ହେଲେ କେବୁଲ କାରରେ ଫସି ରହିଥିବା ୧୧ ପର୍ଯ୍ୟଟକ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ପାରଓ୍ବାନୁଠାରେ ବୈଷୟିକ ତ୍ରୁଟି ଯୋଗୁଁ ଏକ କେବୁଲ କାରରେ ଫସି ରହିଥିବା ସମସ୍ତ ୧୧ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି ।  ଏହି କେବୁଲକାର ନିକଟରେ ଥିବା ଆଉ ଏକ କେବୁଲ କାରରେ ଆୁ ୩ ଜଣ ଯାତ୍ରୀ ଥିଲେ । ସେମାନଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ପାରଓ୍ବାନୁ ସ୍ଥାନୀୟ ପ୍ରଶାସନର ଜଣେ ଅଧକାରୀ ଛତର ସିଂ କହିଛନ୍ତି ଯେ ସୋମବାର ଅପରାହ୍ଣରେ ୧୧ ଜଣ ଯାତ୍ରୀ ଥିବା ଉକ୍ତ କେବୁଲ କାର ଯାଉଥିବାବେଳେ ଅଧାବାଟରେ ଅଟକି ଯାଇଥିଲା । ଏହା ପରେ ଉଦ୍ଧାର କାର୍ଯ୍ୟପାଇଁ ଏକ ଟ୍ରଲି (ଛୋଟ କେବୁଲ କାର) ପଠାଯାଇଥିଲା । ତାହା ମାଧ୍ୟମରେ ଲୋକମାନଙ୍କୁ ଉଦ୍ଧାରକରାଯାଇଥିଲା ।

୧୯୯୨ ଅକ୍ଟୋବର ମାସରେ ଏହି ରୋପଓ୍ବେରେ ସମାନ ପ୍ରକାରର ଏକ ଦୁର୍ଘଟଣା ହୋଇଥିଲା । ସେତେବେଳେ ମଧ୍ୟ ଉକ୍ତ କେବୁଲ କାରରେ ୧୧ ଜଣ ଯାତ୍ରୀ ଥିଲେ । ସେମାନଙ୍କୁ ଉଦ୍ଧାର ପାଇଁ ବାୟୁସେନାକୁ ଡକାଯାଇଥିଲା ।

ଗତ ଏପ୍ରିଲ ମାସରେ ଝାଡ଼ଖଣ୍ଡର ଦେଓଘରଠାରେ ଥିବା ଏକ କେବୁଲ କାରରେ ସମାନ ପ୍ରକାରର ଦୁର୍ଘଟଣା ହୋଇଥିଲା । ଏଥିରେ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାସହିତ ପ୍ରାୟ ୨୪ ଘଣ୍ଟା ଧରି ୪୮ ଜଣ ପର୍ଯ୍ୟଟକ ଫସି ରହିଥିଲେ ।

ସମ୍ବନ୍ଧିତ ଖବର