କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ: ପଶ୍ଚିମବଙ୍ଗରେ ୭୭ ବିଜେପି ବିଧାୟକଙ୍କୁ ସୁରକ୍ଷା ଦେବ ଅର୍ଦ୍ଧସାମରିକ ବଳ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାକୁ ନୂଆ ନିର୍ବାଚିତ ହୋଇଥିବା ସମସ୍ତ ୭୭ ବିଜେପି ବିଧାୟକଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କୁ ଅର୍ଦ୍ଧ ସାମରିକ ବଳ ସୁରକ୍ଷା ଯୋଗାଇବେ । ସୋମବାର ଦିନ ସୂଚନା ଦିଆଯାଇଛି କି, ପଶ୍ଚିମବଙ୍ଗର ସମସ୍ତ ବିଜେପି ବିଧାୟକଙ୍କୁ ଅର୍ଦ୍ଧ ସାମରିକବଳ, କେନ୍ଦ୍ରୀୟ ରିଜର୍ଭ ପୁଲିସର ସଶସ୍ତ୍ର କମାଣ୍ଡରମାନେ ସୁରକ୍ଷା ଯୋଗାଇବେ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେଠାରେ ଦେଖାଦେଇଥିବା ହିଂସାକୁ ନଜରରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ଏଭଳି ସୁରକ୍ଷା ବ୍ୟବସ୍ଥାକୁ ମଞ୍ଜୁରୀ ଦେଇଛି ।

All 77 BJP MLAs In Bengal To Have Central Security Cover: Report -
tshirtblueprintindia.in

ଅଧିକାରୀଙ୍କ ସୂଚନା ମୁତାବକ, ଗୃହ ମନ୍ତ୍ରାଳୟର ଆଦେଶ ମୁତାବକ ପଶ୍ଚିମବଙ୍ଗରେ ମୋଟ ୭୭ ବିଜେପି ବିଧାୟକଙ୍କ ମଧ୍ୟରୁ ୬୧ ଜଣଙ୍କୁ ସର୍ବନିମ୍ନ ‘ଏକ୍ସ’ ଶ୍ରେଣୀଯୁକ୍ତ ସୁରକ୍ଷା ଯୋଗାଇ ଦିଆଯିବ । ଏହାସହ ସେମାନଙ୍କ ସରକାରୀ ବାସଭବନ ନିକଟରେ ସିଆଇଏସଏଫ୍ ର କମାଣ୍ଡର ସ୍ଥରୀୟ ଯବାନଙ୍କୁ ନିଯୁକ୍ତ କରାଯିବ । ଅନ୍ୟ ବିଜେପି ବିଧାୟକ ମାନଙ୍କୁ କେନ୍ଦ୍ରୀୟ ସୁରକ୍ଷା କିମ୍ବା ୱାଇ+ ସୁରକ୍ଷା ଯୋଗାଇ ଦିଆଯିବ । କହିରଖୁ କି ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ପୂର୍ବରୁ ଜେଡ୍ ସୁରକ୍ଷା ଯୋଗାଇ ଦିଆଯାଇଛି ।

ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ରାଜ୍ୟରେ ନିର୍ବାଚନ ପରେ ଦେଖାଦେଇଥିବା ସ୍ଥିତିକୁ ନଜରରେ ରଖି ଗୃହ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛି । ସୂଚନା ଥାଉକି ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାକୁ ଚଳିତ ନିର୍ବାଚନରେ ୭୭ ଜଣ ବିଜେପି ବିଧାୟକ ନିର୍ବାଚିତ ହୋଇଛନ୍ତି । ହେଲେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ପୁଣିଥରେ ସରକାର ଗଠନ କରିଛି ।

ସମ୍ବନ୍ଧିତ ଖବର