୧୯୧ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ପାଇଲଟ୍ ମୋନିକା ଖାନ୍ନା

ନୂଆଦିଲ୍ଲୀ : ରବିବାରଦିନ ସ୍ପାଇସଜେଟ ବିମାନରେ ନିଆଁ ଲାଗିବା ପରେ ବିମାନର ପାଇଲଟ ଅତ୍ୟନ୍ତ ଧୈର୍ଯ୍ୟ ଓ ସାହସର ସହ ବିମାନକୁ ପାଟନା ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲେ । ଏହା ଫଳରେ ବିମାନରେ ଥିବା ୧୯୧ ଜଣ ଯାତ୍ରୀ ଓ କର୍ମଚାରୀଙ୍କ ଜୀବନ ବଞ୍ଚିଯାଇଥିଲା । ତେବେ ଯେଉଁ ପାଇଲଟ ଏତେ ଲୋକଙ୍କ ଜୀନବ ବଞ୍ଚାଇଲେ ତାଙ୍କୁ ଜାଣନ୍ତି ? ସେ ହେଉଛନ୍ତି କ୍ୟାପଟେନ ମୋନିକା ଖାନ୍ନା ।

କ୍ୟାପଟେନ ମୋନିକା ଓ ତାଙ୍କ ସହଯୋଗୀ ପାଇଲଟ୍ ବଲଜୀତ ଭାଟିଆ ନିରାପଦରେ ବିମାନକୁ ଅବତରଣ କରାଇଥିଲେ ।

ରବିବାରଦିନ ବିମାନଟି ପାଟନା ଏୟାରପୋର୍ଟରୁ ଉଡ଼ାଣ ଆରମ୍ଭ କରିବା ପରେ ତାହାର ଗୋଟିଏ ପଟ ଇଂଜିନରେ ଏକ ପକ୍ଷୀମାଡ଼ ହୋଇଯାଇଥିଲା ଓ ଏହା ଫଳରେ ଉକ୍ତ ଇଂଜିନରେ ନିଆଁ ଲାଗିଯାଇଥିଲା । ପାଟନା ଏୟାର ଟ୍ରାଫିକ କଣ୍ଟ୍ରୋଲର ଓ ଗ୍ରାଉଣ୍ଡରେ ଥିବା କିଛି ଲୋକ ବିମାନର ଏକ ଇଂଜିନରୁ ଧୂଆଁ ବାହାରୁ ଥିବା ଦେଖିବାକୁ ପାଇଥିଲେ । ଏସଂପର୍କରେ ତୁରନ୍ତ ପାଇଲଟ କ୍ୟାପଟେନ ମୋନିକାଙ୍କୁ ଜଣାଇ ଦିଆଯାଇଥିଲା । ଏହା ଶୁଣିବା ପରେ ମୋନିକାଙ୍କ ପାଟିରୁ ଦୁଇଟ ଶବ୍ଦ ବାହାରି ଥିଲା- ‘ପାନ୍ ପାନ୍’ ।

ଅନ୍ତର୍ଜାତୀୟ ରେଡିଓ ଟେଲିଫୋନି ଭାଷାରେ ତାହା ଏକ ଜରୁରୀ ସୂଚନା ଥିଲା । ଏହାର ଅର୍ଥ ହେଉଛି ଏକ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଯାଇଛି । କିନ୍ତୁ ବର୍ତ୍ତମାନ ପାଇଁ ସ୍ଥିତି ଭଲ ଅଛି ।

ଏହା ପରେ ମୋନିକା ଏକ ଏସଓପି ଅନୁସାରେ କାମ କରିବା ଆରମ୍ଭ କରିଦେଲେ । ପ୍ରଥମ ସେ ନିଆଁ ଲାଗିଥବା ୧ନମ୍ବର ଇଂଜିନକୁ ବନ୍ଦ କରିଦେଲେ । ବିମାନର ୨ୟ ଇଂଜିନ ମାଧ୍ୟମରେ ସେ ବିମାନକୁ ପାଟନା ଏୟାରପୋର୍ଟରେ ନିରାପଦରେ ଅବତରଣ କରିଥିଲେ ।

 

 

ସମ୍ବନ୍ଧିତ ଖବର