ଭାରତକୁ ଯୁଦ୍ଧ ଧମକ ଦେଇଥିବା ପାକିସ୍ତାନର ଏହି ମନ୍ତ୍ରୀ କେତେ ସାହାସୀ ତାହା ଏହି ଭିଡିଓ ଦେଖି ଜାଣନ୍ତୁ

ଭୁବନେଶ୍ୱର : ଗତ କାଲି ଭାରତକୁ ଯୁଦ୍ଧ ଧମକ ଦେଇଥିବା ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରସିଦଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ସେ କହିଥିଲେ ଯେ ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବର ମାସରେ କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବାର ଅଛି । କଶ୍ମୀର ସମସ୍ୟା କଥାବାର୍ତ୍ତାରେ ସମାଧାନ ହେବ ନାହିଁ, ଏଥିପାଇଁ ଯେଉଁ ଯୁଦ୍ଧ ହେବ ତାହା ଶେଷ ଯୁଦ୍ଧ ହେବ ବୋଲି ସେ ଧମକ ଦେଇଥିଲେ ।
ପାକିସ୍ତାନ ମନ୍ତ୍ରୀଙ୍କ ଏହି ବକ୍ତବ୍ୟକୁ ଭାରତ କଥା ଛାଡନ୍ତୁ ପାକିସ୍ତାନରେ ମଧ୍ୟ କେହି ଗୁରୁତ୍ୱ ଦେଉନାହାନ୍ତି ।

ଏହାର କାରଣ ହେଉଛି ରସିଦ ପାକିସ୍ତାନରେ ଜଣେ ବଡ଼ ବଡ଼ ମାତ୍ର ଗୁରୁତ୍ୱହୀନ କଥା କହୁଥିବା ନେତା ଭାବରେ ଜଣାଶୁଣା । ତାଙ୍କ ବିଷୟରେ ଆଉ ଏକ ମଜାଦାର କଥା ପାକିସ୍ତାନର ଜଣେ ସାମ୍ବାଦିକା ନିଲା ଇନାୟତ ଟ୍ଵିଟ କରି ଜଣାଇଛନ୍ତି । କଥା ହେଉଛି ପାକିସ୍ତାନର ଏହି ମନ୍ତ୍ରୀ ଜଣକ ଜଣେ ଅତି ଡରୁଆ ଲୋକଭାବରେ ଜଣାଶୁଣା । ୧୯୯୮ମସିହାରେ ଭାରତର ପରମାଣୁ ପରୀକ୍ଷଣ ଜବାବରେ ପାକିସ୍ତାନ ମଧ୍ୟ ପରମାଣୁ ପରୀକ୍ଷଣ କରିଥିଲା । ପାକିସ୍ତାନର ପରମାଣୁ ପରୀକ୍ଷଣକୁ ନେଇ ସେ ଏତେ ଭୟଭୀତ ହୋଇପଡିଥିଲେ ଯେ ସେହିଦିନ ସକାଳୁ ପାକିସ୍ତାନ ଛାଡି ପଳାଇଥିଲେ । ଯଦି ପରୀକ୍ଷା ବେଳେ କିଛି ଏପଟ ସେପଟ ହୋଇଗଲା, ତେବେ କଥା ସରିଲା ! ବିଦେଶରେ ଥାଇ ଯେତେବେଳେ ଟିଭିଦେଖି ଜାଣିଲେ ଯେ ପରୀକ୍ଷା ସଫଳ ହୋଇଛି, ସେ ପୁଣି ପାକିସ୍ତାନ ଫେରିଆସିଲେ । ଏକଥା ସେ ନିଜେ ଏକ ଟିଭି ସାକ୍ଷାତକାର ବେଳେ ସ୍ୱୀକାର କରିଛନ୍ତି ।

ସମ୍ବନ୍ଧିତ ଖବର