ନୂଆଦିଲ୍ଲୀ : ଆକସ୍ମିତ ମୃତ୍ୟୁ ପାଇଁ ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହି ମାମଲାରେ ସଂଚାର ମନ୍ତ୍ରୀଙ୍କ ତରଫରୁ ଏକ ବ୍ଲୁପ୍ରିଂଟ ପ୍ରସ୍ତୁତ କରାଯାଇଛି । ଯାହାକୁ ମଂଜୁରୀ ପାଇଁ ଆଇନ ମନ୍ତ୍ରାଳୟ ନିକଟକୁ ପଠାଯାଇଛି । ତେବେ ଏହି ପ୍ରସ୍ତାବ ଉପରେ ବାକି ମନ୍ତ୍ରାଳୟଙ୍କଠାରୁ ବି ରାୟ ନିଆଯାଇଛି । ଦେଶରେ ପ୍ରତିବର୍ଷ ସାଢେ ୪ ଲକ୍ଷ ଲୋକଙ୍କର ମୃତ୍ୟୁ ଦୁର୍ଘଟଣା କାରଣରୁ ଘଟୁଛି । ଏଥିମଧ୍ୟରୁ ପାଖାପାଖି ଦେଢ ଲକ୍ଷ ଲୋକଙ୍କର ମୃତ୍ୟୁ ସଡକ ଦୁର୍ଘଟଣା କାରଣରୁ ହିଁ ହେଉଛି । ତେବେ ସଡକ ଦୁର୍ଘଟଣାର ଅଧିକାଂଶ ମାମଲା ବୀମା ପରିସରର୍ଭୁକ୍ତ ହୋଇଥିବା ବେଳେ, ବାକି ୩ ଲକ୍ଷ ମାମଲାରେ ମୃତକ ପରିବାର ଲୋକଙ୍କୁ କୌଣସି ବି ସହାୟତା ରାଶି ମିଳିନଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ସରକାର ଏବେ ଆକସ୍ମିକ ମୃତ୍ୟୁର ସମସ୍ତ ଦୁର୍ଘଟଣାକୁ ଏହି ପରିସରରେ ଅନ୍ତର୍ଭୁକ୍ତ କରିବେ । ଏଠାରେ ଆମେ କହି ରଖୁଛୁ କି, ଉଭୟ ରେଳ ଏବଂ ସଡକ ଦୁର୍ଘଟଣାରେ ସହାୟତା ରାଶି ଦେବାର ନିୟମ ରହିଛି । କିନ୍ତୁ ଅନ୍ୟ ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ପାଇଁ ଏଭଳି କୌଣସି ନିୟମ କରାଯାଇନାହିଁ । ତେଣୁ ଏଭଳି ପରିସ୍ଥିତିରେ ସରକାରଙ୍କ ତରଫରୁ କୌଣସି ସହାୟତା ରାଶି ମିଳିନଥାଏ ଏବଂ ଯଦି ବି ମିଳେ ତେବେ କେତେ ଦିଆଯିବ ତାର କୌଣସି ଠିକ୍ ଠିକଣା ନଥାଏ ।
ପ୍ରାକୃତିକ ଦୁର୍ବିପାକ କାରଣରୁ ହୋଇଥିବା ମୃତ୍ୟୁ ପାଇଁ ନିୟମ ନିର୍ଧାରଣ ହୋଇନାହିଁ । ତେବେ ଏହି ନୂଆ ପ୍ରସ୍ତାବ ଅନୁସାରେ ଦୁର୍ଘଟଣାରେ ମୃତ୍ୟୁ ହେବା ଦ୍ୱାରା ଅତି କମରେ ୮ ଲକ୍ଷ ଟଙ୍କାର କ୍ଷତିପୂରଣ ବାବଦକୁ ମୃତକଙ୍କ ପରିବାରକୁ ମିଳିବ । ଏଥିସହିତ ହିଁ ଏଥିପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ କରାଯିବ ।