ନୂଆଦିଲ୍ଲୀ: ବୁଧବାର ଠାରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କ ନିମନ୍ତେ କୋଭିଡ୍-୧୯ ଟିକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ମନସୁଖ ମଣ୍ଡାଭୀୟ କହିଛନ୍ତି।
ଏଥିସହ ୬୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ବୁଷ୍ଟର୍ ଡୋଜ୍ ନେଇ ପାରିବେ ବୋଲି ମଧ୍ୟ ସେ କହିଛନ୍ତି।
COVID19 vaccination of 12-14-year-olds and 'precaution dose' for all those above 60 years to begin from March 16, says Union Health Minister Dr. Mansukh Mandaviya pic.twitter.com/LMS3CcKUrR
— ANI (@ANI) March 14, 2022
ହିନ୍ଦୀ ଭାଷାରେ ଟୁଇଟ୍ କରି ସେ ଲେଖିଛନ୍ତି: ପିଲା ସୁରକ୍ଷିତ ରହିଲେ ଦେଶ ସୁରକ୍ଷିତ ରହିବ। ମାର୍ଚ ୧୬ ତାରିଖରୁ ୧୨ରୁ ୧୪ ବର୍ଷ ବୟସ୍କମାନଙ୍କ ପାଇଁ କୋଭିଡ୍-୧୯ ଟିକାକରଣ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ‘ପ୍ରିକସନ୍ ଡୋଜ୍’ ବା ‘ବୁଷ୍ଟର୍ ଡୋଜ୍’ ଟିକାକରଣ ଆରମ୍ଭ ହେଉଛି।
ପିଲାମାନଙ୍କର ଅଭିଭାବକମାନଙ୍କୁ ଓ ୬୦ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନଙ୍କୁ ମୋର ଅନୁରୋଧ ସେମାନେ ନିଶ୍ଚୟ ଟିକା ନେବାର ବ୍ୟବସ୍ଥା କରନ୍ତୁ।