ମାର୍ଚ୍ଚରେ ୮ଦିନ ବନ୍ଦ ରହିବ ଓଡ଼ିଶାର ସବୁ ବ୍ୟାଙ୍କ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା ୩ଦିନିଆ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ବର: ମାର୍ଚ୍ଚ ମାସରେ ୮ଦିନ ବନ୍ଦ ରହିବ ବ୍ୟାଙ୍କ। ପୂର୍ବରୁ ବ୍ୟାଙ୍କ କର୍ମଚାରୀମାନେ ୩ଦିନିଆ ଦେଶବ୍ୟାପୀ ଧର୍ମଘଟ ଘୋଷଣା କରିଥିବାରୁ ଛୁଟି ସଂଖ୍ୟା ୧୧କୁ ବୃଦ୍ଧି ପାଇବାର ସମ୍ଭାବନା ରହିଥିଲା। କିନ୍ତୁ ଏବେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ୟୁନାଇଟେଡ୍ ଫୋରମ୍ ଫର୍ ବ୍ୟାଙ୍କ ୟୁନିୟନ୍ସର ଆବାହକ ସମ୍ବିତ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି। ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ୍ ସହ କଥାବାର୍ତ୍ତା ଚାଲିଛି ବୋଲି ୟୁନାଇଟେଡ୍ ଫୋରମ୍ ଫର୍ ବ୍ୟାଙ୍କ ୟୁନିୟନ୍ସ ପକ୍ଷରୁ କୁହାଯାଇଛି।

sambadenglish.com

ସୂଚନା ମୁତାବକ, ମାର୍ଚ୍ଚମାସରେ ବ୍ୟାଙ୍କ କର୍ମଚାରୀ ବେତନ ବଢ଼ାଇବା ଓ ପାଞ୍ଚ ଦିନିଆ କାର୍ଯ୍ୟ ଦିବସ ଭଳି ଦାବି ନେଇ ୩ଦିନିଆ ଦେଶବ୍ୟାପୀ ଧର୍ମଘଟ ଘୋଷଣା କରିଥିବାରୁ ଛୁଟି ସଂଖ୍ୟା ୧୧କୁ ବୃଦ୍ଧି ପାଇବାର ସମ୍ଭାବନା ରହିଥିଲା। ବେତନ ବୃଦ୍ଧିକୁ ନେଇ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ବିଭିନ୍ନ କର୍ମଚାରୀ ସଂଘ ମଧ୍ୟରେ ହୋଇଥିବା ବୈଠକ ବିଫଳ ହେବାରୁ ମାର୍ଚ୍ଚ ୧୧ରୁ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଥିଲେ। କର୍ମଚାରୀମାନଙ୍କ ବେତନରେ ୧୨.୫% ବୃଦ୍ଧି କରିବା ଲାଗି ଆଇବିଏ ପ୍ରସ୍ତାବ ଦେଇଥିବା ବେଳେ କର୍ମଚାରୀ ସଂଘଗୁଡ଼ିକ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେମାନେ ବେତନରେ ଅଧିକ ବୃଦ୍ଧି ଚାହୁଥିଲେ।

ସମ୍ବନ୍ଧିତ ଖବର