ନୂଆଦିଲ୍ଲୀ/ ଭୁବନେଶ୍ବର: ବିଜେଡିର ସମସ୍ତ ରାଜ୍ୟସଭା ଓ ଲୋକସଭା ସାଂସଦ ଆଜି ମଧ୍ୟାହ୍ନ ୧୨ଟାରେ ସଂସଦ ଭବନରେ ଥିବା ବିଜେଡି ସଂସଦୀୟ ପାର୍ଟି ଅଫିସରେ ଏକାଠି ହୋଇଥିଲେ। ଏହାପରେ ସେମାନେ ଓଡ଼ିଶାର ଝିଅ ତଥା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ମତଦାନ କରିବାକୁ ଯାଇଥିଲେ।
ଏଣେ, ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ଭୋଟ୍ ଗ୍ରହଣ ଜାରି ରହିଛି। ଆଜି ପ୍ରଥମେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଭୋଟ୍ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାାୟକଙ୍କ ସମେତ ଅନ୍ୟ ବିଧାୟକମାନେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।
/sambad/media/post_attachments/wp-content/uploads/2022/07/d4cd399d-2080-4b5d-8f5e-9c7e08d8c823.jpg)
ସୋମବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବା ବେଳେ ବିଧାନସଭାରେ କେବଳ ଓଡ଼ିଶାର ବିଧାୟକମାନେ ଭୋଟ୍ ଦେବେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଅସୁସ୍ଥତା ଯୋଗୁ ଦିଲ୍ଲୀରେ ଥିବାରୁ ସେ ହସପିଟାଲରୁ ଭୋଟ୍ ଦେବେ। ସେହିପରି ଓଡ଼ିଶାର ସମସ୍ତ ସାଂସଦ ଦିଲ୍ଲୀରେ ଭୋଟ୍ ଦେବେ। ଓଡ଼ିଶାରେ ଭୋଟ୍ ଦେବାକୁ କୌଣସି ସାଂସଦ ଅନୁମତି ଆଣିନାହାନ୍ତି।
ସୂଚନାଯୋଗ୍ୟ ଯେ, ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ପାଇଁ ବିଜେଡି ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ନିର୍ଦ୍ଦେଶ ଜାରି କରିଥିବାବେଳେ ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କୁ ଦ୍ରୌପଦୀଙ୍କୁ ଭୋଟ୍ ଦେବାକୁ ମନାଇଛି। ବିଜେପି ସାଂସଦ ଓ ବିଧାୟକମାନେ ଦ୍ରୌପଦୀଙ୍କୁ ଭୋଟ୍ ଦେବେ। ବିଜେଡି ବିଧାୟକମାନଙ୍କ ଭୋଟ୍ ଯେପରି ନାକଚ ହେବନି ଏଥିପାଇଁ ଦଳ ପକ୍ଷରୁ ଏକ ମକ୍ ଭୋଟିଂ ମଧ୍ୟ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/b2564daf-0bf9-4437-901b-09dd8d32f6e1.jpg)