ଚୀନ ଭାରତକୁ ତ୍ରୁଟିପୂର୍ଣ୍ଣ କରୋନା ଟେଷ୍ଟିଂ କିଟ୍‌ ଦଉଛି

ଚେନ୍ନାଇ: କରୋନା ଭାଇରସ୍‌ ଟେଷ୍ଟିଂ ପାଇଁ ଚୀନରୁ ଆସୁଥିବା ଟେ‌ଷ୍ଟିଂ କିଟ୍‌ରେ ତ୍ରୁଟି ରହୁଛି ବୋଲି ଅଭି‌ଯୋଗ ହୋଇଛି। ତାମିଲ୍‌ନାଡୁ ସରକାର ଗୁରୁବାର ମାଡ୍ରାସ ହାଇକୋର୍ଟଙ୍କୁ ଜଣାଇଛନ୍ତି ଯେ ଆଇସିଏମ୍‌ଆର୍‌ର ମଞ୍ଜୁରୀ ପରେ ଚୀନରୁ ଭାରତକୁ ଟେଷ୍ଟିଂ କିଟ୍‌ ଅଣାଯାଇଥିଲା। ମାତ୍ର ସେଥିରେ ତ୍ରୁଟି ଥିବା ହେତୁ ତାହାକୁ ଏପ୍ରିଲ୍‌ ୨୯ ତାରିଖରେ ଓଲଟା ଚୀନକୁ ଫେରାଇ ଦିଆଯାଇଥିଲା।

ଓକିଲ୍‌ ଏମ୍‌ଏଲ୍‌ଆର ରବିଙ୍କ ଦ୍ବାରା ରୁଜୁ କରାଯାଇଥିବା ଏକ ଜନହିତ ଯାଚିକାର ଶୁଣାଣି କରି ଅଦାଲତ ସ୍ପଷ୍ଟ କରିଥିଲେ ଯେ କେବଳ ପୁଣେସ୍ଥିତ ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜି ଓ ଅନ୍ତରାଷ୍ଟ୍ରୀୟ ଖ୍ୟାତି ଥିବା ଅନ୍ୟ ସଂଗଠନ ଦ୍ବାରା ଉପଯୋଗୀ ପ୍ରମାଣିତ ହୋଇଥିବା କିଟ୍‌ଗୁଡ଼ିକୁ ହିଁ ବ୍ୟବହାର କରାଯିବ।

www.indiatoday.in

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଚୀନ ତ୍ରୁଟି ଥିବା କିଟ୍‌ ଭାରତକୁ ଦେଇଛି ବୋଲି ଅଭିଯୋଗ ହେବା ପରେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଫର୍‌ ମେଡିକାଲ୍‌ ରିସର୍ଚ(ଆସିଏମ୍‌ଆର୍‌) ଏହି କିଟ୍‌ଗୁଡ଼ିକୁ ଚୀନକୁ ଫେରାଇ ଦେବାକୁ ବିଭିନ୍ନ ରାଜ୍ୟ ସରକାରଙ୍କୁ କହିଥିଲା। ଏହା ଉତ୍ତରରେ ଚୀନ କହିଥିଲା କି ଭାରତୀୟମାନେ ପଠା ଯାଇଥିବା କିଟ୍‌ର ଉପଯୁକ୍ତ ବ୍ୟବହାର କରିପାରୁ ନାହାନ୍ତି।

ସମ୍ବନ୍ଧିତ ଖବର