ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍ସିଆରର ପରିବେଶ କ୍ରମଶଃ ପ୍ରଦୂଷିତ ହେବାରେ ଲାଗିଛି। ଏକ ଧୂଆଁର ଚାଦର ଘୋଡାଇ ହୋଇଯାଇଥିବା ଭଳି ଦୃଶ୍ୟମାନ ହେଉଛି। ଏହି କାରଣରୁ ରାସ୍ତାଘାଟରେ ଯାତାୟତରେ ଅସୁବିଧା ହେବା ସହିତ ଦୁର୍ଘଟଣା ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଆଗାମୀ ତିନିରୁ ପାଞ୍ଚଦିନ ପର୍ଯ୍ୟନ୍ତ ଏଭଳି ବାତାବରଣ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ରବିବାର ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି।
/sambad/media/post_attachments/wp-content/uploads/2017/11/manish_630_630-1.jpg)
ସ୍କୁଲ ବନ୍ଦ ରହିବା ସମ୍ପର୍କରେ ସୂଚନା ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିୟା ଟୁଇଟର ଜରିଆରେ ଜଣାଇଛନ୍ତି। ସିସୋଦିୟା ଟୁଇଟର ଜରିଆରେ ଲେଖିଛନ୍ତି, ଦିଲ୍ଲୀରେ ପରିବେଶ ବିଗିଡ଼ି ଯାଇଛି। ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ବାହାରକୁ ଛାଡ଼ିବା ସେମାନଙ୍କ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ! ରବିବାର ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିସୋଦିୟା।
इस आदेश के तहत दिल्ली के सभी सरकारी और प्राइवेट स्कूल, सभी क्लासेज, रविवार तक बन्द रहेंगे। https://t.co/28a2G0rIMW
— Manish Sisodia (@msisodia) November 8, 2017
/sambad/media/post_attachments/wp-content/uploads/2017/11/arvind-kejriwal-story_647_071317040329.jpg)
କେଜ୍ରିଓ୍ଵାଲ ଗତକାଲି ଦିଲ୍ଲୀରେ ପ୍ରଦୂଷଣ ବାତାବରଣ ସମ୍ପର୍କରେ ଟୁଇଟ କରି କହିଛନ୍ତି, ଦିଲ୍ଲୀ ଗ୍ୟାସ ଚାମ୍ବର ପାଲଟି ଯାଇଛି। ଏହି ସମୟରେ ପ୍ରତିବର୍ଷ ଦିଲ୍ଲୀ ପ୍ରଦୂଷଣ ସମସ୍ୟା ଘେରରେ ରହିଥାଏ।
ଅନ୍ୟପକ୍ଷରେ, ଇଣ୍ଡିଆନ୍ ମେଡିକାଲ ଅସୋସିଏସନ୍ (ଆଇଏମ୍ଏ) ଧୂଆଁକୁ ନେଇ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଆଇଏମ୍ଏ ଅଧ୍ୟକ୍ଷ ଡକ୍ଟର କେ.କେ.ଅଗ୍ରଓ୍ଵାଲଙ୍କ କହିବାନୁସାରେ, ଧୂଆଁକୁ ଦେଖି ଦିଲ୍ଲୀ-ଏନ୍ସିଆରର ସମସ୍ତ ସ୍କୁଲକୁ ତତ୍କାଳ ବନ୍ଦ କରି ଜରୁରୀ।
/sambad/media/post_attachments/wp-content/uploads/2017/11/smog-mask_647_110817014321.jpg)
ଡାକ୍ତରମାନେ ଧୂଆଁକୁ ଦେଖି ବିଶେଷ ସାବଧାନତା ଅବଲମ୍ବନ କରିବାକୁ ଚେତାବନୀ ଦେଇଛନ୍ତି। ଡାକ୍ତରଙ୍କ କହିବାନୁସାରେ, ଦିଲ୍ଲୀ-ଏନ୍ସିଆରରେ ପ୍ରଦୂଷଣସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ଘରୁ ବାହାରକୁ ଯେତେ ସମ୍ଭବ କମ୍ ବାହାରିବା ଆବଶ୍ୟକ । ଯଦି ଘରୁ ବାହାରକୁ ବହାରୁଛନ୍ତି, ତେବେ ଖରା ପଡ଼ିଲା ପରେ ହିଁ ବହାରନ୍ତୁ, ନଚେତ ଉନ୍ନତଧରଣର ମାସ୍କ ଲଗାଇ ବାହାରକୁ ଯାଆନ୍ତୁ।
ଯଦି ଆପଣ କୌଣସି ରୋଗରେ ପୀଡ଼ିତ ହୋଇ ଔଷଧ ସେବନ କରୁଛନ୍ତି ତେବେ ତାହାକୁ ବନ୍ଦ କରନ୍ତୁ ନାହିଁ। ଏଭଳି ପରିସ୍ଥିତିରେ ଅଧିକ ବ୍ୟାୟାମ କରନ୍ତୁ ନାହିଁ। ଏଭଳି ପରିସ୍ଥିତିରେ ଯୋଗ କିମ୍ବା ପ୍ରଣାୟମ କରିବା ଆପଣଙ୍କ ସ୍ୱାସ୍ଥ୍ୟପକ୍ଷେ ହିତକର ହେବ। ଯଦି ଆପଣ ପ୍ରତିଦିନ ସକାଳୁ ଚାଲିବାକୁ ଯାଉଛନ୍ତି ତେବେ ୮ଟା ପରେ ହିଁ ଘରୁୁ ବାହାରନ୍ତୁ। ଦୁଇ ଚକିଆ ଓ ଅଟୋରେ ଯେତେ ସମ୍ଭବ କମ୍ ଯାତାୟତ କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/delhi-pollution_759_ap_5a02dd2200173.jpg)