ଅହମଦାବାଦ: ଦୁର୍ଘଟଣା ପରେ ଦିଲ୍ଲୀରୁ ଅହମଦାବାଦ ଯିବାକୁ ଥିବା ସବୁ ବିମାନ ବାତିଲ୍। ଗୁଜରାଟର ଅହମଦାବାଦରେ ଆଜି ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସମୟର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି, ଯେଉଁଥିରେ ବିମାନଟି ନିଆଁ ପିଣ୍ଡୁଳାରେ ପରିଣତ ହେଉଥିବା ଦେଖାଯାଇଛି। ବିମାନରେ ୨୩୦ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟ ଥିଲେ ବୋଲି କୁହାଯାଉଛି। ଯାତ୍ରୀଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଥିଲେ ବୋଲି ସାମ୍ନାକୁ ଆସିଛି। ଏହା ସହ ୨୪୨ଜଣକ ମଧ୍ୟରୁ ୧୬୯ଜଣ ଭାରତୀୟ ବିମାନରେ ଯାତ୍ରା କରୁଥିଲେ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏହି ବିମାନଟି ଏକ ବୋଇଂ ୭୮୭ ଡ୍ରିମଲାଇନର ଥିଲା, ଯାହାର ଦୁର୍ଘଟଣାର କୌଣସି ଇତିହାସ ନାହିଁ।
ତେବେ ଏହି ଦୁର୍ଘଟଣା ପରେ ଦିଲ୍ଲୀରୁ ଅହମଦାବାଦ ଯିବାକୁ ଥିବା ସବୁ ବିମାନ ବାତିଲ୍ କରାଯାଇଛି। ବାତିଲ ହୋଇଥିବା ବିମାନଗୁଡ଼ିକ ମଧ୍ୟରେ ଆକାଶା ଏୟାରର ୨ଟି, ଇଣ୍ଡିଗୋର ୩ଟି, ଜଲ୍ର ଗୋଟାଏ ଏବଂ କଣ୍ଟାସ୍ର ଗୋଟାଏ ବିମାନ ରହିଛି।ଏକ୍ସରେ ପୋଷ୍ଟ କରି ଏୟାର ଇଣ୍ଡିଆ ସୂଚନା ଦେଇଛି ଯେ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନରେ ୧୬୯ଜଣ ଭାରତୀୟ, ବ୍ରିଟେନର ୫୩ଜଣ ନାଗରିକ, ପର୍ତ୍ତୁଗାଲର ୭ଜଣ ନାଗରିକ ଏବଂ କାନାଡାର ଜଣେ ନାଗରିକ ଯାତ୍ରା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/06/12/AlVBVx1Mb1jSJBAGO5nx.jpg)