ଆସନ୍ତା ୬ ମାସ ମଧ୍ୟରେ ଦିଲ୍ଳୀର ସମସ୍ତ ସରକାରୀ ଗାଡ଼ି ହେବ ଇଲେକ୍ଟ୍ରିକ୍ ‌: କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ସବୁ ବିଭାଗରେ ଏବେ କେବଳ ଇଲେକ୍ଟ୍ରିକ୍ ଗାଡିର ବ୍ୟବହାର କରାଯିବ। ଏ ନେଇ କେଜ୍ରିୱାଲ ସରକାର ଏକ ଐତିହାସିକ ଘୋଷଣା କରିଛନ୍ତି । ଏହା ଲାଗୁ ହେବା ପରେ ଦିଲ୍ଲୀ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ପ୍ରଥମ ରାଜ୍ୟ ଭାବେ ପରିଗଣିତ ହେବ।

ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆ ଆଶା କରିଛନ୍ତି କି ଦିଲ୍ଲୀ ସରକାରଙ୍କ ଏଭଳି ପଦକ୍ଷେପରୁ ପ୍ରେରଣା ପାଇ କେବଳ ଭାରତ ନୁହେଁ, ସାରା ବିଶ୍ୱ ପ୍ରଦୂଷଣକୁ ନେଇ କରୁଥିବା ଲଢେଇରେ ଏହା ପ୍ରାଥମିକ ଏଜେଣ୍ଡା ହେବ । ସେ ଆହୁରି ବି କହିଛନ୍ତି କି ଏବେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସହିତ ଜଡିତ ସମସ୍ୟାକୁ ସାରା ବିଶ୍ୱ ଗମ୍ଭୀରତାର ସହ ନେବାର ସମୟ ଆସିଛି । ଅନ୍ୟ ସମସ୍ୟା ଭଳି ଏହାକୁ ଗୁରୁତ୍ୱ ଦେଇ ଦିଲ୍ଲୀ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ସିଶୋଦିଆ କହିଛନ୍ତି ।

ଦିଲ୍ଲୀ ସରକାରଙ୍କ ଅର୍ଥ ବିଭାଗ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛି । ଦିଲ୍ଲୀ ଇଲେକ୍ଟିକ୍ ଭେଇକିଲ ନିୟମ-୨୦୨୦ ଅନୁସାରେ ଏହି ଆଦେଶ ଜାରି କରାଯାଇଛି । ଏହି ଆଦେଶ ମୁତାବକ ଦିଲ୍ଲୀ ସରକାରଙ୍କ ସମସ୍ତ ବିଭାଗରେ ଥିବା ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡିକୁ ବଦଳାଇ ୬ ମାସ ମଧ୍ୟରେ ଇଲେକ୍ଟ୍ରିିକ୍ ଗାଡିର ଉପଯୋଗ କରାଯିବ । ଏହି ଇଲେକ୍ଟ୍ରିକ୍ ଗାଡିଗୁଡିକ ମଧ୍ୟରୁ କିଛି କିଣାଯିବ ଓ କିଛି ଭଡା ସୂତ୍ରରେ ଅଣାଯିବ ବୋଲି କୁହାଯାଇଛି।

ଦିଲ୍ଲୀ ସରକାରଙ୍କ ଅର୍ଥମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଏହି ଇଲେକ୍ଟ୍ରିକ୍ ଗାଡି ଗୁଡିକୁ କିଣିବା ବା ଭଡାରେ ନେବା ପାଇଁ ଜେମ୍ ପୋର୍ଟାଲ ଅଥବା ଭାରତ ସରକାରଙ୍କ ଶକ୍ତି ବିଭାଗ ଅନ୍ତର୍ଗତ ପିଏସୟୁ ଇଇଏସଏଲର ଉପଯୋଗ କରାଯିବ।

ଉପମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆ ଆଶା ରଖିଛନ୍ତି କି ସମସ୍ତ ତୈଳ ଚାଳିତ ଯାନବାହାନକୁ ତୁରନ୍ତ ବଦଳାଇ ଇଲେକ୍ଟ୍ରିକ୍ ଗାଡିର ବ୍ୟବହାର ଆରମ୍ଭ କରାଯିବ । ଏହା ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାରେ ସହାୟକ ହେବ।

ସମ୍ବନ୍ଧିତ ଖବର