ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ ହମାସକୁ ଚେତାବନୀ ଦେଇଛନ୍ତି। ଟ୍ରମ୍ପ୍‌ କହିଛନ୍ତି ଯେ ଜାନୁଆରି ୨୦ ପୂର୍ବରୁ ସେ ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ଯଦି ବନ୍ଧକମାନଙ୍କୁ ମୁକ୍ତ ନକରନ୍ତି ତେବେ ସବୁ ନର୍କ ଭଙ୍ଗ ହେବ।

Advertisment

ସେ ଆହୁରି ବି କହିଛନ୍ତି କି ଆପଣଙ୍କୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନୁହେଁ। ମାତ୍ର ଯଦି ମୁଁ ଦାୟିତ୍ବ ଗ୍ରହଣ କରିବା ବେଳକୁ ସେମାନେ ନଆସନ୍ତି, ତେବେ ସବୁ ନର୍କ ଭାଙ୍ଗି ଚୁର୍‌ମାର ହେବ। ଫ୍ଲୋରିଡାର ମାର-ଏ-ଲାଗୋରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ସାମ୍ବାଦିକମାନଙ୍କୁ ଏଭଳି କହିଛନ୍ତି। ହମାସରେ ଆମେରିକୀୟ ବନ୍ଧକମାନଙ୍କ ସଂପର୍କରେ ପଚରା ଯାଇଥିବା ଏପ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ୍‌ ଏପରି ମନ୍ତବ୍ୟ ଦେଇଛନ୍ତି।

ହମାସ ଦ୍ବାରା ବନ୍ଧକମାନଙ୍କୁ ମୁକ୍ତ କରିବା ଏବେ ଟ୍ରମ୍ପ୍‌ଙ୍କ ମୂଳ ଲକ୍ଷ୍ୟ। ସେ ଚେତାବନୀ ଦେବା ଢଙ୍ଗରେ କହିଛନ୍ତି କି, "ଏହା ହାମାସ୍ ପାଇଁ ଭଲ ହେବ ନାହିଁ ଏବଂ ଏହା କାହା ପାଇଁ ଭଲ ହେବ ନାହିଁ। ସବୁ କିଛି ନଷ୍ଟ ହୋଇଯିବ। ମୋତେ ଆଉ କହିବାକୁ ପଡିବ ନାହିଁ। ସେମାନେ ବହୁ ପୂର୍ବରୁ ସେମାନଙ୍କୁ ମୁକ୍ତ କରି ଦେଇଥାନ୍ତେ। ସେମାନଙ୍କର ପଙ୍ଗା ନେବାର ନଥିଲା। ଅକ୍ଟୋବର ୭ରେ କେବେ ବି ଆକ୍ରମଣ ହୋଇନଥାନ୍ତା। ହୁଏତ ଲୋକ ଭୁଲି ଯାଇପାରନ୍ତି। ମାତ୍ର ସେ ଆକ୍ରମଣ‌ରେ ଅନେକ ନିହତ ହୋଇଛନ୍ତି।’’