ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀଠାରେ ନଗର ଉନ୍ନୟନ ବିଭାଗ, ଉତ୍ତର ପ୍ରଦେଶଙ୍କ ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ମେୟର୍ସ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ତାଙ୍କ ଉଦ୍‌ବୋଧନରେ କହିଛନ୍ତି ଯେ ବାରଣାସୀର ବିକାଶ ପୂରା ଦେଶ ପାଇଁ ବକାଶର ଏକ ରୋଡମ୍ୟାପ୍‌ ହୋଇପାରିବ। ଆଧୁନିକୀକରଣ ସମୟରେ ପାରମ୍ପରିକ ବ୍ୟବସ୍ଥାକୁ ନୂଆ ରୂପ ଦେବାପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ପ୍ରତ୍ୟେକ ସାହି ଗଳି ରାସ୍ତାରେ ଏଲ୍‌ଇଡି ବଲ୍‌ବ ବ୍ୟବହାର କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ଦେଶର ବିଭିନ୍ନ ରାଜ୍ୟର ମେୟର ଏହି ସମ୍ମିଳନୀରେ ଭାଗ ନେଇଛନ୍ତି। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି। ନୂଆ ସହରାଞ୍ଚଳ ଭାରତ। ସହରାଞ୍ଚଳରେ ସୁଗମ ଜୀବନଯାତ୍ରା ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମେୟରମାନଙ୍କୁ କହିଛନ୍ତି। ସହରାଞ୍ଚଳ ଭିତ୍ତିଭୂମି ଓ ସୁବିଧାସୁଯୋଗର ଅଭାବ ଭଳି ସମସ୍ୟା ସମାଧାନ ପାଇଁ ସରକାର ଅନେକ ପ୍ରକାର ଯୋଜନା ଓ ଉପକ୍ରମ ଆରମ୍ଭ କରିଛନ୍ତି। ଏସବୁ ପ୍ରୟାସ ଅନ୍ତର୍ଗତ ଉତ୍ତର ପ୍ରଦେଶ ରାଜ୍ୟକୁ ବିଶେଷ ଧ୍ୟାନ ଦିଆଯାଇଛି ।

ରାଜ୍ୟରେ ବିଶେଷ କରି ବିଗତ ପାଞ୍ଚ ବର୍ଷ ମଧ୍ୟରେ ସହରାଞ୍ଚଳ ଦୃଶ୍ୟପଟ୍ଟରେ ବ୍ୟାପକ ପ୍ରଗତି ଓ ପରିବର୍ତ୍ତନ ଦେଖିବାକୁ ମିଳିଛି। ସହରାଞ୍ଚଳ ବିକାଶ କ୍ଷେତ୍ରରେ ଭାରତ ସରକାର ଓ ଉତ୍ତର ପ୍ରଦେଶ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଡିସେମ୍ବର ୧୭ରୁ ୧୯ ପର୍ଯ୍ୟନ୍ତ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ।